ଏହି ନାମଧାରୀ ପୁରୁଷ ବିବାହ ପରେ ହୋଇଥାନ୍ତି ସ୍ତ୍ରୀର ଗୁଲାମ

ବିବାହ ପରେ ଅଧିକାଂଶ ପୁରୁଷ ବଦଳିଯାଆନ୍ତି। ସେମାନଙ୍କ ମଧ୍ୟରୁ କେତେକ ସ୍ତ୍ରୀଙ୍କ ପାଇଁ ପାଗଳ ହୋଇଯାଆନ୍ତି। ସେମାନଙ୍କୁ ସ୍ତ୍ରୀଙ୍କ ଗୁଲାମ କହିଲେ ମଧ୍ୟ କିଛି ଭୁଲ ହେବ ନାହିଁ। ଜାଣିବା ସେହି ନାମଧାରୀ ପୁରୁଷଙ୍କ ବିଷୟରେ…

ଏ ନାମଧାରୀ ପୁରୁଷ: ଏହି ନାମଧାରୀ ପୁରୁଷ ସ୍ତ୍ରୀର ସେବାକୁ ନିଜର ପ୍ରଥମ ଧର୍ମ ବୋଲି ଭାବିଥାନ୍ତି। ଏମାନେ ନିଜ ସ୍ତ୍ରୀକୁ କୌଣସି ପ୍ରକାରର ଦୁଃଖ ଦେଇ ନ ଥାନ୍ତି। ଗୋଟିଏ ଅର୍ଥରେ କହିବାକୁ ଗଲେ ଏମାନେ ସ୍ତ୍ରୀର ବଡ ଗୁଲାମ।

କେ ନାମଧାରୀ ପୁରୁଷ: ଏହି ପୁରୁଷମାନେ ବହୁତ କଠୋର। ବିବାହ ପୂର୍ବରୁ ଏମାନେ ବହୁତ ଭାଇ ଦେଖାଇଥାନ୍ତି। ମାତ୍ର ବିବାହ ପରେ ଏମାନେ ସ୍ତ୍ରୀର ହାତମୁଠାରେ ରହିଥାନ୍ତି। ଏହି ପୁରୁଷମାନେ ସ୍ତ୍ରୀ ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଥାନ୍ତି।

ଆର୍‌ ନାମଧାରୀ ପୁରୁଷ: ଏମାନେ ନିଜ ସ୍ତ୍ରୀକୁ କୌଣସି ପ୍ରକାରର ଅସୁବିଧାରେ ପକାଇବାକୁ ଚାହାନ୍ତି ନାହିଁ। ବିବାହ ପରେ ଏମାନେ ଘରର ସମସ୍ତ କାମ ମଧ୍ୟ କରିଥାନ୍ତି। ଏଥିପାଇଁ ସେମାନେ ଆଦୌ ହେଲେ ସଙ୍କୋଚ କରି ନ ଥାନ୍ତି।

ପି ନାମଧାରୀ ପୁରୁଷ:ଏହି ପୁରୁଷମାନେ ବହୁତ ଭାବିଚିନ୍ତି ସମ୍ପର୍କ ତିଆରି କରିଥାନ୍ତି। ଏମାନେ ସ୍ତ୍ରୀର କୌଣସି କଥାରେ ବି ରାଗି ନ ଥାନ୍ତି। ଏମାନଙ୍କୁ ସ୍ତ୍ରୀର ଗୁଲାମ କହିବା ବି କମ୍‌ ହେବ। ଏମାନେ ସ୍ତ୍ରୀ ପାଇଁ ପାଗଳ ପ୍ରାୟ ହୋଇ ପଡ଼ନ୍ତି। ସ୍ତ୍ରୀ ସହ ସବୁ ସ୍ଥାନକୁ ଯିବାକୁ ପସନ୍ଦ ମଧ୍ୟ କରନ୍ତି।