Posted inଖେଳ

ଟି୨୦ ବିଶ୍ୱକପ୍‌ ପାଇଁ ପ୍ରାକ୍ତନ ଖେଳାଳି ବାଛିଲେ ଭାରତୀୟ ଏକାଦଶ

ନୂଆଦିଲ୍ଲୀ,୧୧।୭: ବର୍ତ୍ତମାନ ଭାରତୀୟ ଦଳ ସୀମିତ ଓଭର ସିରିଜ୍‌ ପାଇଁ ଶ୍ରୀଲଙ୍କାରେ ଅଛି। ଏହି ସିରିଜ୍‌ରୁ କିଛି ଖେଳାଳିଙ୍କୁ ଟି୨୦ ବିଶ୍ୱକପ୍‌ ଲାଗି ଭାରତୀୟ ଦଳରେ ଯାଗା ମିଳିପାରେ। ଚଳିତ ବର୍ଷ ଅକ୍ଟୋବର-ନଭେମ୍ବର ମଧ୍ୟରେ ୟୁଏଇରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ଲାଗି ଭାରତୀୟ ଏକାଦଶ ବାଛିଛନ୍ତି ପୂର୍ବତନ ଅଷ୍ଟ୍ରେଲିଆନ ସ୍ପିନର ବ୍ରାଡ୍‌ ହଗ୍‌। ତାଙ୍କ ଦଳରେ ସ୍ଥାନ ପାଇ ନାହାନ୍ତି ଫୁଲ ଫର୍ମରେ ଥିବା ଶିଖର ଧାଓ୍ବନ।

ତାଙ୍କ ମରେ ରୋହିତ ଶର୍ମାଙ୍କ ସହ ଅଧିନାୟକ ବିରାଟ କୋହଲି ଓପନିଂ କରିବା ଉଚିତ। ଏହାର ଅର୍ଥ ଧାଓ୍ବନଙ୍କ ଲାଗି ତାଙ୍କ ଦଳରେ ସ୍ଥାନ ନାହିଁ। ତାଙ୍କ ଦଳରେ ସ୍ଥାନ ପାଇଛନ୍ତି ସୂର୍ଯ୍ୟକୁମାର ଯାଦବ, ଲୋକେଶ ରାହୁଲ ଓ ରିଷଭ ପନ୍ତ।

ମୋ ଭାରତୀୟ ଦଳ ପାଇଁ ଟି୨୦ ବିଶ୍ୱକପ୍‌ରେ କୋହଲି ଓ ରୋହିତ ଓପନିଂ କରିବେ। ଧାଓ୍ବନଙ୍କ ଲାଗି ଦୁଃଖିତ। କିନ୍ତୁ ଭାରତୀୟ ଦଳକୁ ମଧ୍ୟକ୍ରମରେ କିଛି ଆଟାକିଂ ଖେଳାଳି ଦରକାର। ଏଣୁ କୋହଲି ଓପନିଂ କରିବେ। ୩ୟ କ୍ରମରେ ବ୍ୟାଟିଂ କରିବେ ସୂର୍ଯ୍ୟ। ମୋ ମତରେ ତାଙ୍କ ବହୁମୁଖୀ ବ୍ୟାଟିଂ ଟିମ୍‌ ଇଣ୍ଡିଆ ପାଇଁ ବେଶ୍‌ ସହାୟକ ହେବ। ତାଙ୍କ ପଛକୁ ୪ର୍ଥ କ୍ରମ ପାଇଁ ପ୍ରବଳ ଦାବିଦାର ରାହୁଲ। ୫ମ କ୍ରମରେ ଉଇକେଟକିପର ପନ୍ତ। ଯଦି ଉଇକେଟ ପତନ ଘଟେ ପନ୍ତ ଉପରେ ବ୍ୟାଟିଂ କରିବେ। ହାର୍ଦ୍ଦିକ ପାଣ୍ଡ୍ୟା ଓ ରବୀନ୍ଦ୍ର ଜାଡେଜାଙ୍କ ରୂପେ ଦୁଇ ଅଲରାଉଣ୍ଡରଙ୍କୁ ଦଳରେ ରଖିଛି ବୋଲି ହଗ୍‌ ନିଜ ୟୁଟ୍ୟୁବ ଭିଡିଓରେ କହିଛନ୍ତି।

ବୋଲିଂ ବିଭାଗରେ ଭୁବନେଶ୍ୱର କୁମାର, ଶାର୍ଦ୍ଦୁଳ ଠାକୁର ଓ ଯଶପ୍ରୀତ ବୁମରା ୩ ପେସରଙ୍କୁ ଯାଗା ଦେଇଛନ୍ତି ପୂର୍ବତନ ଚାଇନାମ୍ୟାନ ସ୍ପିନର। ତାଙ୍କ ମତରେ ଦଳରେ କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲଙ୍କ ମଧ୍ୟରୁ ଜଣେ ହିଁ ଖେଳିପାରିବ। ଶ୍ରୀଲଙ୍କା ବିପକ୍ଷ ସିରିଜ୍‌ରେ ଯଦି କିଛି ଚମତ୍କାର ପ୍ରଦର୍ଶନ କରି ଦେଖାନ୍ତି, ତାହେଲେ କୁଲଦୀପଙ୍କୁ ଯାଗା ମିଳିବ। ନ ହେଲେ ଟିମ୍‌ ଇଣ୍ଡିଆ ପାଇଁ ଚହଲ ପ୍ରଥମ ସ୍ପିନର ବିକଳ୍ପ। ଠାକୁରଙ୍କ ପାଖରେ ଥିବା ବିସ୍ଫୋରକ ବ୍ୟାଟିଂ ଦକ୍ଷତା ତାଙ୍କୁ ଦଳରେ ସ୍ଥାନ ଦେଇପାରେ। ପାଓ୍ବରପ୍ଲେ ଓ ଡେଥ୍‌ରେ ସେ ଭଲ ବୋଲିଂ କରନ୍ତି ବୋଲି ହଗ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନ କ୍ରିକେଟରେ ପୁଣି ଡ୍ରାମା, ଏବେ ପୁଣି ବଦଳିବେ କ୍ୟାପଟେନ!

ଇସଲାମାବାଦ,୭।୯: ବାଂଲାଦେଶ ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ପାକିସ୍ତାନ ପରାଜୟ ପରେ ସମାଲୋଚନାର ବଜାର ସରଗରମ ହୋଇଛି। ସବୁଠାରୁ ଖରାପ କଥା ହେଉଛି ଏହି ପରାଜୟ...

ଟ୍ୟାକ୍ସି ଚାଳକଙ୍କ ପୁଅ ଜିତିଲେ ବ୍ରୋଞ୍ଜ୍‌

ପ୍ୟାରିସ୍‌,୭ା୯ଭାରତର ପ୍ରଥମ ଜୁଡୋକା ଭାବରେ ପ୍ୟାରିସ୍‌ ପାରାଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି କପିଲ ପରମାର। ୨୩ ବର୍ଷୀୟ କପିଲ ବ୍ରୋଞ୍ଜ ପଦକ...

୪ ଓଭର, ଗୋଟିଏ ମେଡେନ୍‌, ୪ ରନ୍‌…. ଛାଇଗଲେ ଭୁବି

ନୂଆଦିଲ୍ଲୀ,୭।୯: ଭୁବନେଶ୍ୱର କୁମାର ୟୁପି ଟି-୨୦ ଲିଗ ୨୦୨୪ରେ ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଛନ୍ତି। ଭୁବନେଶ୍ୱର କୁମାରଙ୍କ ବୋଲିଂ ଆଗରେ ବିରୋଧୀ ବ୍ୟାଟ୍ସମ୍ୟାନମାନେ ଅସହାୟ...

୧୪୭ ବର୍ଷ ଟେଷ୍ଟ କ୍ରିକେଟ୍‌ ଇତିହାସରେ ପ୍ରଥମଥର ଘଟିଲା ଏମିତି, ଓଲି ପୋପ ବଡ଼ କାରନାମା

ନୂଆଦିଲ୍ଲୀ,୭।୯: ଇଂରାଜୀ ବ୍ୟାଟ୍ସମ୍ୟାନ ଓଲି ପୋପ ଏବେ ଚମତ୍କାର ଫର୍ମରେ ଅଛନ୍ତି। ସେ ଶ୍ରୀଲଙ୍କା ବିପକ୍ଷରେ ୧୦୩ ରନ୍‌ର ଇନିଂସ ଖେଳି ଅପରାଜିତ ଅଛନ୍ତି। ତେବେ...

ରାହୁଲ ଦ୍ରାବିଡଙ୍କ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୭।୯: ଶୁକ୍ରବାର ରାଜସ୍ଥାନ ରୟାଲ୍ସ ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ ଦ୍ରାବିଡଙ୍କୁ ଏହାର ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରିଛି। ବାସ୍ତବରେ, ଟି -୨୦ ବିଶ୍ୱକପ୍‌...

ପ୍ରବୀଣଙ୍କୁ ସ୍ବର୍ଣ୍ଣ

ପ୍ୟାରିସ୍‌, ୭।୯(ପି.ଟି.): ଭାରତର ପ୍ରବୀଣ କୁମାର ପ୍ୟାରିସ୍‌ ପାରାଲିମ୍ପିକ୍ସରେ ଶୁକ୍ରବାର ସ୍ବର୍ଣ୍ଣ ପଦକ ଜିତି ଦେଶକୁ ଗର୍ବିତ କରିଛନ୍ତି। ପୁରୁଷ ହାଇଜମ୍ପ ଟି୬୪ ଇଭେଣ୍ଟରେ ସେ...

ଲେଜେଣ୍ଡ୍ସ ଲିଗ୍‌ରେ ପ୍ରଥମ ଥର ଓଡ଼ିଶା ଟିମ୍ କୋଣାର୍କ ସୂର୍ଯ୍ୟ: ଇର୍ଫାନ୍‌ ପଠାନ କ୍ୟାପଟେନ୍‌

ପ୍ୟାରିସ୍‌,୬ା୯: ଲେଜେଣ୍ଡ୍ସ ଲିଗ୍‌ କ୍ରିକେଟରେ ଓଡ଼ିଶାର ପ୍ରଥମ ଦଳ ଭାବେ କୋଣାର୍କ ସୂର୍ଯ୍ୟ ସାମିଲ ହୋଇଛି। ଶୁକ୍ରବାର ଭୁବନେଶ୍ୱରରେ ଟିମ ଲଞ୍ଚ ହେବା ସହ, ସମସ୍ତ...

କେବେ ଦେଖି ନ ଥିବେ ଏମିତି ମ୍ୟାଚ୍‌: ଟି-୨୦ ବିଶ୍ୱକପ୍‌ କ୍ୱାଲିଫାୟର୍ସରେ ମାତ୍ର ୧୦ ରନ୍‌ରେ ଅଲଆଉଟ୍‌ ହେଲା ଏହି ଦଳ

ନୂଆଦିଲ୍ଲୀ,୬।୯: ମଙ୍ଗୋଲିଆ ଏବଂ ସିଙ୍ଗାପୁର ମଧ୍ୟରେ ମ୍ୟାଚ ଟି-୨୦ ବିଶ୍ୱକପ ଏସୀୟ କ୍ୱାଲିଫାୟର୍ସରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମଙ୍ଗୋଲିଆ ନାମରେ ଏକ ଲଜ୍ଜାଜନକ ରେକର୍ଡ ଯୋଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri