ବ୍ରହ୍ମପୁର ରାଜନୀତିରେ ବଡ଼ ହଲଚଲ, ଗିରଫ ହେଲେ କଂଗ୍ରେସ ପ୍ରାର୍ଥୀ

ବ୍ରହ୍ମପୁର,୧୭।୫: ବ୍ରହ୍ମପୁର ରାଜନୀତିରେ ଚହଳ। ଗିରଫ ହେଲେ କଂଗ୍ରେସ ପ୍ରାର୍ଥୀ। ଦିଗପହଣ୍ଡି ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ସୁଜିତ କୁମାରଙ୍କୁ ଗିରଫ କରିଛି ପୋଲିସ। ଜଣେ ଠିକାଦାରଙ୍କୁ ଆକ୍ରମଣ କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି।

ବ୍ୟବସାୟିକ ମତଭେଦକୁ ନେଇ ଏପରି ଘଟଣା ଘଟିଥିବା ସୁଜିତ କହିଛନ୍ତି। ଯାହାପରେ ପୋଲିସ ଗୁରୁବାର ତାଙ୍କୁ ହେପାଜତକୁ ନେଇଥିଲା ଏବଂ ଆଜି ତାଙ୍କୁ ଗିରଫ କରିଛି। ପୋଲିସ ଅଧିକ୍ଷକ ସାର୍ଥକ ଷଡଙ୍ଗୀ କହିଛନ୍ତି, କଂଗ୍ରେସ ପ୍ରାର୍ଥୀ ସୁଜିତଙ୍କ ଆକ୍ରମଣରେ ସିହାଲାର ଠିକାଦାର ସୁଧାଂଶୁ ସଂଗ୍ରାମ ପାଢୀ ଓ ୩ଜଣ ଆହତ ହୋଇଛନ୍ତି। ପୋଲିସର ସୂଚନାନୁସାରେ, ପାଢୀଙ୍କ କର୍ମଚାରୀ କୁକୁଦାଖଣ୍ଡିରେ କାମ କରିବା ସମୟରେ ସୁଜିତ ତାଙ୍କୁ ମାଡ ମାରିଥିଲେ। ଏହାକୁ ନେଇ ପାଢୀ ଯେତେବେଳେ ଅଭିଯୋଗ କରିବାକୁ ପୋଲିସ ଷ୍ଟେଶନକୁ ଯାଉଥିଲେ ସେତେବେଳେ କଂଗ୍ରେସ ପ୍ରାର୍ଥୀ ସୁଜିତ କିଛି ଲୋକଙ୍କ ସହ ପହଞ୍ଚି ତାଙ୍କୁ ଆକ୍ରମଣ କରିଥିଲେ।

Share