କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କଲେ ବ୍ରହ୍ମକୁମାରୀ

ଲଖନପୁର,୪।୮(ଡି.ଏନ୍‌.ଏ)
ରକ୍ଷା ବନ୍ଧନ ଉତ୍ସବ ଅବସରରେ ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଇବ୍‌ ଥର୍ମାଲ (ତେଲେନପାଲି) ଶାଖା ତରଫରୁ ପୋଲିସ୍‌, ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଓ ଖବରଦାତା ଆଦି ଯୋଦ୍ଧାମାନଙ୍କୁ ରାଖୀ ବାନ୍ଧିବା ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଛି । କରୋନା କଟକଣା ପାଳନ କରି ବନହରପାଲି ଥାନା ପରିସରରେ ବ୍ରହ୍ମକୁମାରୀ ଶାଖାର ପ୍ରମୁଖ ବିକେ ବିନ୍ଦୁଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ବନହରପାଲି ଥାନା ଆଇଆଇସି ପ୍ରଶାନ୍ତ ମେହେର,ଏଏସ୍‌ଆଇ ସନ୍ତୋଷ ବେହେରା, ଗୌତମ ବେହେରା, ସୋମନାଥ ବିଶ୍ୱାଳ, ସଞ୍ଜୁକ୍ତା ଦାସ, ସୈରେନ୍ଦ୍ରୀ ନାଗ, ସୁଶାନ୍ତ କୁମାର ନାୟକ ପ୍ରମୁଖ ଅଧିକାରୀ ଓ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ବ୍ରହ୍ମକୁମାରୀ ଶାଖା ପ୍ରମୁଖ ଭଉଣୀ ବିକେ ବିନ୍ଦୁ ସମସ୍ତ କରୋନା ଯୋଦ୍ଧାମାନଙ୍କ ହାତରେ ରାଖୀ ବାନ୍ଧିବା ସହ ବିଶ୍ୱର ସୁଖଶାନ୍ତି କାମନା କରିଥିଲେ। ସେହିପରି ଲଖନପୁର ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଆଦି ୩୦ଜଣ କରୋନା ଯୋଦ୍ଧାଙ୍କୁ ରକ୍ଷାବନ୍ଧନ ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଆୟୋଜକ ବ୍ରହ୍ମକୁମାରୀ ଶାଖାର ବିନ୍ଦୁ, ବୁଦ୍ଧଦେବ, ସୁଦର୍ଶନ, ଗୋକୁଳ, ରମଣୀ ଓ କେଶବ ପ୍ରମୁଖ ସହଯୋଗ କରିଥିଲେ ା

Share