ଢେଙ୍କାନାଳ,,୩ା୮(ରତନ ନାୟାର): ଢେଙ୍କାନାଳ ଜିଲା ଗଁନ୍ଦିଆ ବ୍ଲକ କରି କରମୁଳ, କଙ୍କା, ଓ ସଦର ବ୍ଲକ ରାଧାଦେଇପୁର ଅଞ୍ଚଳରେ ବ୍ରାହ୍ମଣୀ ନଦୀର ବନ୍ୟାଜଳ ପ୍ରବେଶ କରିଛି। ରାସ୍ତା ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ କଙ୍କା ଓ ବାଇସିଙ୍ଗା ଗ୍ରାମ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। କରମୁଳ ଗ୍ରାମ ନିକଟରେ ବ୍ରାହ୍ମଣୀ କୂଳରେ ଥିବା ଜିଲାର ପ୍ରସିଦ୍ଧ ଶୈବପୀଠ ଶ୍ରୀ ଶ୍ରୀ ଦୌଡ଼େଶ୍ୱର ମନ୍ଦିର ବନ୍ୟାଜଳ ଘେରରେ ରହିଛି। ସେହିପରି ଲେଥକା ପଞ୍ଚାୟତ ରିଆ ଗ୍ରାମର ଜଣେ ବ୍ୟକ୍ତି ବନ୍ୟାଜଳରେ ଭାସି ଯାଇଥିବା ଜଣାପଡ଼ିଛି। ଅଗ୍ନିଶମ ସଂସ୍ଥା ଓ ଓଡ୍ରାଫ୍ଟ ଟିମ୍ ତାଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ସେହିପରି ପୂର୍ବାହ୍ନ ୧୦ ଟାରେ ରାଧାଦେଇପୁର ଗ୍ରାମରେ ବ୍ରାହ୍ମଣୀ ନଦୀ ବନ୍ୟାଜଳରେ ଫସିଥିବା ଏକ ଘରୋଇ କମ୍ପାନୀର ୨ ଜଣ ସୁରକ୍ଷା କମଚାରୀଙ୍କୁ ଅଗ୍ନିଶମ ସଂସ୍ଥା ଲାଇଫ୍ ବୋଟ୍ରେ ଯାଇ ନଦୀରୁ ଉଦ୍ଧାର କରିଛନ୍ତି। ଉଦ୍ଧାର ହୋଇଥିବା ଦୁଇଜଣ ସୁରକ୍ଷା କର୍ମଚାରୀ ହେଲେ ବିଶଳିତ ହୋତା (୨୬) ଓ ଅନନ୍ତ କୁମାର ସାହୁ (୪୫)।