ବ୍ରହ୍ମପୁର ଅଫିସ,୨୬।୧୨: ବ୍ରହ୍ମପୁର ବ୍ରହ୍ମାନଗରର ତପସ୍ବିନୀ ରବିବାର କୋହଭରା କଣ୍ଠରେ କହିଛନ୍ତି, ମୁଁ ସୁମିତକୁ ଭଲ ପାଇ ବାହା ହୋଇଥିଲି, ତାଙ୍କୁ ବହୁତ ବିଶ୍ୱାସ କରେ । ଯାହାଙ୍କୁ ବିଶ୍ୱାସ କରି ହାତଧରି ବାହା ହୋଇଥିଲି ସେ ମୋତେ ବରବାଦ କରିବାକୁ ଚାହୁଁଛନ୍ତି । ଭୋ ଭୋ ହୋଇ କାନ୍ଦି କାନ୍ଦି କହିଛନ୍ତି ତପସ୍ବିନୀ। ମୁଁ ଚାହୁଁଛି ସୁମିତ ଫେରି ଆସନ୍ତୁ, କେବଳ ଡିମ୍ପଲ ହିଁ ସୁମିତଙ୍କୁ ଚାହିଁ ରହିଛି । ମୁଁ ବଞ୍ଚିଛି ମୋତେ ନେଇ ଯାଅ ସୁମିତ । ଆଉ ବାପା ମୋତେ କ୍ଷମା କରିଦିଅ, ମୋ ସ୍ବାମୀଙ୍କୁ ମୋତେ ଫେରାଇଦିଅ ବୋଲି କହିଛନ୍ତି ଡିମ୍ପଲ।