ଏହି ଅଣ୍ଡର ଓ୍ବାଟର ସୁଡ଼ଙ୍ଗ ସାହାଯ୍ୟରେ ଚାଇନାକୁ ପାନେ ଦେବ ଭାରତ

ନୂଆଦିଲ୍ଲୀ,୨୭ା୭: ବ୍ରହ୍ମପୁତ୍ର ନଦୀରେ ଆସୁଥିବା ବନ୍ୟା ଚାଇନାର ପ୍ରତ୍ୟେକ ଷଡ଼ଯନ୍ତ୍ରକୁ ଶକ୍ତି ପ୍ରଦାନ କରିଥାଏ ଏବଂ ଆମର ସମସ୍ତ ପ୍ରସ୍ତୁତିକୁ ପଛରେ ପକାଇଥାଏ। ଏଥିପାଇଁ ଅରୁଣାଚଳ ପ୍ରଦେଶକୁ ଫେରାଇ ଆଣିବା ପାଇଁ ଭାରତ ସରକାର ଏକ ନୂଆ ଯୋଜନା ପ୍ରସ୍ତୁତ କରିଛନ୍ତି। ଏମିତି ଏକ ଟନେଲ୍‌ ବା ସୁଡ଼ଙ୍ଗ ବ୍ରହ୍ମପୁତ୍ର ନଦୀ ତଳେ ନିର୍ମାଣ ହେବାକୁ ଯାଉଛି ଯାହା ଚାଇନାକୁ ପାନେ ଦେବ। ଚାଇନାର ସମସ୍ତ ଷଡ଼ଯନ୍ତ୍ରକୁ ଏହା ରୋକିବ। ଖାଲି ଏତିକି ନୁହେଁ ବରଂ ଅରୁଣାଚଳର ଦୂର ସ୍ଥାନକୁ ଆମର ସେନା ମଧ୍ୟ ପ୍ରବେଶ କରିପାରିବେ।


ବ୍ରହ୍ମପୁତ୍ର ନଦୀ ତଳେ ୧୫ କିଲୋମିଟର ଲମ୍ବର ଏହି ସୁଡ଼ଙ୍ଗ ନିର୍ମାଣ ହେବ। ଯେଉଁଥିରେ ସେନାର ସଶସ୍ତ୍ର ଯାନଗୁଡ଼ିକ ମଧ୍ୟ ପ୍ରବେଶ କରିପାରିବ। ଫଳରେ ଚାଇନା ଆଉ ବ୍ରହ୍ମପୁତ୍ର ନଦୀକୁ ଅସ୍ତ୍ର ଭାବରେ ବ୍ୟବହାର କରିପାରିବ ନାହିଁ। ଅରୁଣାଚଳ ପ୍ରଦେଶର ଦୁର୍ଗମ ଅଞ୍ଚଳରେ ଚାଇନାର ଜଳ ଖେଳ ଯୋଜନାରେ ଏହି ଅଣ୍ଡର ୱାଟର ସୁଡ଼ଙ୍ଗ ଚାଇନାର ରଣନୀତିକୁ ବଡ଼ ଝଟ୍‌କା ଦେବ।


ଭାରତ ସରକାର ବ୍ରହ୍ମପୁତ୍ର ନଦୀ ତଳେ ଏହି ରଣନୈତିକ ସୁଡ଼ଙ୍ଗ ନିର୍ମାଣକୁ ଅନୁମୋଦନ କରିଛନ୍ତି। ଯାହା ଆସାମ ଏବଂ ଅରୁଣାଚଳ ପ୍ରଦେଶ ମଧ୍ୟରେ ସମସ୍ତ ପ୍ରକାର ପାଣିପାଗ ସଂଯୋଗ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ସୁଡ଼ଙ୍ଗ ଚାଇନା ପାଇଁ ମୁଣ୍ଡବିନ୍ଧାର କାରଣ ହେବ।

ଏହି ସୁଡ଼ଙ୍ଗ ଦୁଇଟି ଅଞ୍ଚଳ ଯଥା ଆସାମର ନୁମାଲିଗଡ଼ ସହତ ଗୋହପୁରକୁ ସଂଯୋଗ କରିବ। ଏପରିକି ୨୧୪ କିଲୋମିଟର ଦୂରତା ମାତ୍ର ୧୫ କିଲୋମିଟରକୁ ହ୍ରାସ ପାଇବ। ଯେଉଁଠିକୁ ଯିବା ପାଇଁ ଘଣ୍ଟାଏ ଲାଗୁଥିଲା ତାହା ଏବେ ୧୫ ମିନିଟ୍‌ରେ ଅତିକ୍ରମ କରିହେବ। ଅରୁଣାଚଳ ପ୍ରଦେଶରେ ପହଞ୍ଚିବା ପାଇଁ ଏହା ସେନାଙ୍କ ପାଇଁ ଏକ ବଡ଼ ଆହ୍ବାନ। ଏହି ସୁଡ଼ଙ୍ଗ ଶତୁ୍ରପକ୍ଷର ଲାଇଫ୍‌ଲାଇନ୍‌ କାଟିବା ପାଇଁ ଏକ ବଡ଼ ପ୍ରୟାସ।

Share