୮୦୦ କୋଟି ବଜେଟ୍‌ରେ ନିର୍ମିତ ହେବ ରାଜାମୌଲିଙ୍କ ଫିଲ୍ମ, ସାଇନ କଲେ ଆଲିଆ

ମୁମାଇ: ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ- ରଣବୀର କପୁରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ରିଲିଜ୍‌ ହୋଇଯାଇଛି। ଯାହା ଏବେ ବକ୍ସ ଅଫିସରେ ଦମ୍‌ଦାର ପ୍ରର୍ଦଶନ କରିବା ସହ ଭଲ ଆୟ ମଧ୍ୟ କରିଛି। ରଣବୀର-ଆଲିଆ ଅଭିନୟକୁ ଦର୍ଶକ ପ୍ରଶଂସା କରିଛନ୍ତି। ଇତି ମଧ୍ୟରେ ଆଉ ଏକ ଖବର ସାମତନାକୁ ଆସିଛି ଯେ, ଆଲିଆ ଏସ୍‌ ଏସ୍‌ ରାଜାମୌଲିଙ୍କ ଏକ ପ୍ରୋଜେକ୍ଟରେ ସାଇନ କରିଛନ୍ତି। ଯେଉଁଥିରେ ସେ ମହେଶ ବାବୁଙ୍କ ବିପକ୍ଷରେ ନଜର ଆସିବେ। ବର୍ତ୍ତମାନ ଆଲିଆ ଗର୍ଭବତୀ ଅଛନ୍ତି। ତେଣୁ ଆଲିଆଙ୍କ ଡେଲିଭରି ପରେ ଏହି ଫିଲ୍ମର ଶୁଟିଂ ଆରମ୍ଭ ହେବ ବୋଲି କୁହାଯାଉଛି। ଏକ ରିପୋର୍ଟ ଅନୁଯାୟୀ, ପ୍ରାୟ ୮୦୦ କୋଟି ଟଙ୍କା ବଜେଟ୍‌ରେ ଏହି ଫିଲ୍ମଟି ନିର୍ମିତ ହେବ। ଯାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି।

Share