୧୦୦ କୋଟି କ୍ଲବ୍‌ରେ ଫିଲ୍ମ ‘ବ୍ରହ୍ମାସ୍ତ୍ର’

ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ବକ୍ସ ଅଫିସରେ ସୁପରହିଟ୍‌ ସାବ୍ୟସ୍ତ ହୋଇଛି। ‘ବ୍ରହ୍ମାସ୍ତ୍ର’ ତିନି ଦିନ ମଧ୍ୟରେ୧୦୦କୋଟି କ୍ଲବରେ ଏଣ୍ଟ୍ରି କରିଛି। ଏହାକୁ ଦେଖି କୁହାଯାଇପାରେ ଯେ, କିଛି ଦିନ ମଧ୍ୟରେ ଏହି ଫିଲ୍ମ ମଧ୍ୟ ୨୦୦ କୋଟି ମାର୍କ ଅତିକ୍ରମ କରିବ। ପ୍ରଥମ ଦିନରେ ‘ବ୍ରହ୍ମାସ୍ତ୍ର’ ୩୭ କୋଟି ସଂଗ୍ରହ କରିଥିଲା। ଫିଲ୍ମ ଦ୍ୱିତୀୟ ଦିନରେ ୪୨ କୋଟି ଏବଂ ତୃତୀୟ ଦିନରେ ୪୬ କୋଟି ବ୍ୟବସାୟ କରିଛି। ଏପର୍ଯ୍ୟନ୍ତ ଫିଲ୍ମଟି ମୋଟ ପ୍ରାୟ ୧୨୫ କୋଟି ଟଙ୍କା ଆୟ କଲାଣି। ଆୟାନ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ବୟକଟ୍‌ ଟ୍ରେଣ୍ଡ୍‌ ମଧ୍ୟରେ ୧୦୦ କୋଟି ଆୟ କରିବା ବହୁତ ବଡ଼ କଥା ବୋଲି କୁହାଯାଉଛି।

‘ବ୍ରହ୍ମାସ୍ତ୍ର’କୁ ଦର୍ଶକ ଏବଂ ସମାଲୋଚକଙ୍କଠାରୁ ମିଶ୍ରିତ ପ୍ରତିକ୍ରିୟା ମିଳିଛି। କିଛି ଲୋକ ଫିଲ୍ମକୁ ଅଦରକାରୀ ବୋଲି କହୁଥିବାବେଳେ କେହି କେହି ଏହାର କଣ୍ଟେଣ୍ଟକୁ ବହୁତ ପ୍ରଶଂସା କରୁଛନ୍ତି।
‘ବ୍ରହ୍ମାସ୍ତ୍ର’କୁ ବର୍ଷ ୨୦୨୨ର ସବୁଠୁ ବଡ ଫିଲ୍ମ ବୋଲି ବିଶ୍ୱାସ କରାଯାଉଛି। ରଣବୀର ଓ ଆଲିଆ ଭଟ୍ଟ ଏହି ଫିଲ୍ମରେ ପ୍ରଥମ କରି ଏକାଠି କାମ କରିଛନ୍ତି। ରଣବୀର-ଆଲିଆଙ୍କ ସହ ଅମିତାଭ ବଚ୍ଚନ, ନାଗାର୍ଜୁନ, ମୌନି ରୟ ବ୍ରହ୍ମାସ୍ତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ମୌନିଙ୍କ ନକାରାତ୍ମକ ଚରିତ୍ରକୁ ବହୁତ ପ୍ରଶଂସା କରିଛନ୍ତି ଦର୍ଶକ।

Share