ରଣବୀର କହିଥିଲେ ‘ମୋତେ ଗୋମାଂସ ଖାଇବା ପସନ୍ଦ’; ଏବେ ତେଜିଲା ବିବାଦ

ବମ୍ବେ: ରିଲିଜ ପୂର୍ବରୁ ଅଡୁଆରେ ‘ବ୍ରହ୍ମାସ୍ତ୍ର’। ଶୁକ୍ରବାର ଫିଲ୍ମ ବଡ଼ପରଦାକୁ ଆସିବାକୁ ଥିବା ବେଳେ ଏବେଠାରୁ ବିରୋଧ ତିବ୍ର ହେବାରେ ଲାଗିଛି। ଏହି କ୍ରମରେ ଅଭିନେତା ରଣବୀର କପୁର ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟ ଉଜ୍ଜୟିନୀରେ ବାବା ମହାକାଳଙ୍କ ଦର୍ଶନ ଲାଗି ପହଞ୍ଚିଥିଲେ। ହେଲେ ସେଠାରେ ତାଙ୍କୁ ବଜରଙ୍ଗ ଦଳ ଏବଂ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ବିରୋଧ କରାଯାଇଥିଲା। ରଣବୀର ଗୋମାଂସ ଭକ୍ଷଣ କରନ୍ତି। ଏମିତିରେ ବାବାଙ୍କ ଦର୍ଶନ କିଭଳି କରିବେ ବୋଲି ସେମାନେ ଅଭିଯୋଗ କରିଥିଲେ। ଏହାପରଠାରୁ ଫିଲ୍ମକୁ ବଏକଟ କରାଯାଉ ବୋଲି କୁହାଯାଉଛି।

ସୋସିଆଲ ମିଡିଆରେ ରଣବୀରଙ୍କ ଏକ ୧୧ ବର୍ଷ ପୁରୁଣା ଭିଡିଓ ଭାଇରାଲ ହେଉଛି। ଭିଡିଓରେ ସେ ଗୋମାଂସ ଖାଇବାକୁ ପସନ୍ଦ ବୋଲି କହୁଛନ୍ତି। ଅର୍ଥାତ ସେ ଗୋମାଂସ ଖାଉଥିବା ନିଜେ ସ୍ବୀକାର କରିଛନ୍ତି। ହେଲେ କିଛି ପ୍ରଶଂସକ ଭିଡିଓକୁ ଇଡିଟ୍‌ କରାଯାଇଥିବା କହୁଛନ୍ତି।

 

କହିରଖୁଛୁ, ରଣବୀର ଏବେ ଆଗାମୀ ଫିଲ୍ମକୁ ନେଇ ଟ୍ରୋଲ୍‌ ହେଉଛନ୍ତି। ଏମିତିରେ ଯଦି ଗୋମାଂସ ଭକ୍ଷଣ କଥା ଅଧିକ ଉଠେ ତେବେ ଏହା ଅଡ଼ୁଆ ବଢ଼ାଇପାରେ। ସେମିତିରେ ବି ଏବେ ବୟକଟ୍‌ ଟ୍ରେଣ୍ଡ ହେଉଛି। ବଚ୍ଚନ ପାଣ୍ଡେ, ସମ୍ରାଟ ପୃଥ୍ବିରାଜ, ରକ୍ଷା ବନ୍ଧନ, ଲାଲ ସିଂ ଚଡ୍ଢା, ଶମ୍‌ଶେରା ଭଳି ବିଗ୍‌ ବଜେଟ୍‌ ଫିଲ୍ମ ବି ବଏକଟ୍‌ ଯୋଗୁ ଫ୍ଲପ ହୋଇଛି।

Share