ଏତିକି କୋଟି ବଜେଟ୍‌ରେ ନିର୍ମିତ ହୋଇଛି ‘ବ୍ରହ୍ମାସ୍ତ୍ର’

ମୁମ୍ବାଇ: ବଲିଉଡ୍‌ ଅଭିନେତା ରଣବୀର କପୁର- ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ସେପ୍ଟେମ୍ବରରେ ରିଲିଜ୍‌ ହେବାକୁ ଯାଉଛି। ଯାହାକୁ ଦେଖିବାକୁ ଦର୍ଶକ ବହୁ ଦିନରୁ ଅପେକ୍ଷା କରିଛନ୍ତି। ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି ଆୟାନ ମୁଖାର୍ଜୀ। ତେବେ ବର୍ତ୍ତମାନ ଫିଲ୍ମର ବଜେଟ୍‌ ସାମ୍ନାକୁ ଆସିଛି। କୁହାଯାଇଛି, ଫିଲ୍ମଟି ୩୦୦ରୁ ୩୫୦ କୋଟି ଟଙ୍କାରେ ନିର୍ମିତ ହୋଇଛି। ଏହା ବଲିଉଡ୍‌ର ଦାମୀ ଫିଲ୍ମ ତାଲିକାରେ ମଧ୍ୟ ସାମିଲ ହୋଇଛି। ଫିଲ୍ମଟି ରିଲିଜ୍‌ ହେବା ପରେ ସୁପରହିଟ୍‌ ହେବ ବୋଲି ଆଶା କରାଯାଉଛି। ଫିଲ୍ମରେ ଆଲିଆ-ରଣବୀରଙ୍କ ବ୍ୟତିତ ଅମିତାଭ ବଚ୍ଚନ, ନାଗାର୍ଜୁନ, ମୌନୀ ରୟ ମଧ୍ୟ ଅଭିନୟ କରିଛନ୍ତି। ହିନ୍ଦୀ, ତାମିଲ, ତେଲୁଗୁ, ମାଲାୟାଲମ ଏବଂ କନ୍ନଡରେ ସେପ୍ଟେମ୍ବର ୯ରେ ମୁକ୍ତିଲାଭ କରିବ।

Share