ରିଲିଜ୍‌ ପୂର୍ବରୁ ବୟକଟ ଦାବି

ବହୁ ପ୍ରତୀକ୍ଷିତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ଟ୍ରେଲର ଜୁନ୍‌ ୧୫ରେ ରିଲିଜ୍‌ ହୋଇଯାଇଛି। ଟ୍ରେଲର ରିଲିଜ୍‌ ହେବା ପରେ ପ୍ରଶଂସକ ପସନ୍ଦ ମଧ୍ୟ କରିଛନ୍ତି। ବର୍ତ୍ତମାନ ଏହି ଫିଲ୍ମକୁ ନେଇ ବିବାଦ ଉପୁଜିଛି।
ଏପରିକି ଫିଲ୍ମକୁ ବୟକଟ କରିବା ପାଇଁ ଦାବି କରାଯାଉଛି।
ସୂଚନାଯୋଗ୍ୟ, ଗତକାଲି ଏହାର ଟ୍ରେଲର ରିଲିଜ୍‌ ହୋଇଥିଲା। ରିଲିଜ ହେବା ପରେ ଫିଲ୍ମର କିଛି ସିନ୍‌କୁ ନେଇ ଦର୍ଶକ ଆପତ୍ତି ଉଠାଇଛନ୍ତି। ମନ୍ଦିର ଭିତରକୁ ରଣବୀର କପୁର ଜୋତା ପିନ୍ଧି ଯାଉଥିବା ଟ୍ରେଲରେ ଦେଖିବାକୁ ମିଳିଛି। ଏହା ସହ ସେ ଜୋତା ପିନ୍ଧି ମନ୍ଦିର ଭିତରେ ଘଣ୍ଟି ମଧ୍ୟ ବାଡେଇଛନ୍ତି। ଯାହାକୁ ନେଇ ଟୁଇଟରରେ ବୟକଟ ପାଇଁ ଦାବି ଉଠିଛି। ଫିଲ୍ମ ‘ବ୍ରହ୍ମାସ୍ତ୍ର’କୁ ଅୟାନ ମୁଖାର୍ଜୀଙ୍କ ନିର୍ଦ୍ଦେଶନା ଦେଇଛନ୍ତି। ଏଥିରେ ଆଲିଆ ଭଟ୍ଟ, ରଣବୀର କପୁରଙ୍କ ସମେତ ଅମିତାଭ ବଚ୍ଚନ, ନାଗାର୍ଜୁନ ଓ ମୌନୀ ରୟ ଲିଡ ରୋଲରେ ଅଛନ୍ତି। ଏହି ଫିଲ୍ମ ଜରିଆରେ ପ୍ରଥମ କରି ରଣବୀର ଓ ଆଲିଆ ବଡ ପରଦାରେ ଏକାଠି ନଜର ଆସିବେ।

Share