‘ଆରଆରଆର’କୁ ପଛରେ ପକାଇଲା ‘ବ୍ରହ୍ମାସ୍ତ୍ର’

ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ବକ୍ସ ଅଫିସରେ ସୁପରହିଟ୍‌ ସାବ୍ୟସ୍ତ ହୋଇଛି। ‘ବ୍ରହ୍ମାସ୍ତ୍ର’ ପ୍ରଥମ ସପ୍ତାହ ମଧ୍ୟରେ ୩୦୦କୋଟି କ୍ଲବରେ ଏଣ୍ଟ୍ରି କରିଛି। ଏହି ଫିଲ୍ମଟି ପ୍ରଥମ ସପ୍ତାହରେ ଦେଶରେ କରିଥିବା ଆୟରେ ଫିଲ୍ମ ‘ଆରଆରଆର’କୁ ମଧ୍ୟ ପଛରେ ପକାଇଛି।
ପ୍ରାରମ୍ଭିକ ଆକଳନ ଅନୁଯାୟୀ ‘ବ୍ରହ୍ମାସ୍ତ୍ର’ ଘରୋଇ ବକ୍ସ ଅଫିସରେ ପ୍ରଥମ ସପ୍ତାହରେ ୧୭୩.୨୦ କୋଟି ରୋଜଗାର କରିଛି। ଚଳିତ ବର୍ଷ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ମଧ୍ୟରେ ଘରୋଇ ବକ୍ସ ଅଫିସରେ ଏତେ ରୋଜଗାର କରିଥିବା ଏହା ହେଉଛି ଦ୍ୱିତୀୟ ହିନ୍ଦୀ ଫିଲ୍ମ। ଏହା ସହିତ ଫିଲ୍ମ ‘ଆରଆରଆର’ ହିନ୍ଦୀ ଭର୍ସନ ୧୩୨.୫୯ କୋଟି ଟଙ୍କା ପ୍ରଥମ ସପ୍ତାହରେ ଆୟ କରିଥିଲା। ଚଳିତ ବର୍ଷ ମୁକ୍ତିଲାଭ କରିଥିବା ଫିଲ୍ମ ମଧ୍ୟରେ ‘କେଜିଏଫ ୨’ର ହିନ୍ଦୀ ଭର୍ସନ ପ୍ରଥମ ସପ୍ତାହରେ ସର୍ବାଧିକ ୨୬୮.୮୩ କୋଟି ଟଙ୍କା ଆୟ କରିଛି।
ଆୟାନ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ବୟକଟ୍‌ ଟ୍ରେଣ୍ଡ୍‌ ମଧ୍ୟରେ ୩୦୦ କୋଟି ଆୟ କରିବା ବହୁତ ବଡ଼ କଥା ବୋଲି କୁହାଯାଉଛି। ରଣବୀର ଓ ଆଲିଆ ଭଟ୍ଟ ଏହି ଫିଲ୍ମରେ ପ୍ରଥମ କରି ଏକାଠି କାମ କରିଛନ୍ତି। ରଣବୀର-ଆଲିଆଙ୍କ ସହ ଅମିତାଭ ବଚ୍ଚନ, ନାଗାର୍ଜୁନ, ମୌନି ରୟ ବ୍ରହ୍ମାସ୍ତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ମୌନିଙ୍କ ନକାରାତ୍ମକ ଚରିତ୍ରକୁ ବହୁତ ପ୍ରଶଂସା କରିଛନ୍ତି ଦର୍ଶକ।

Share