ଆଡଭାନ୍ସ ବୁକିଂରେ ରେକର୍ଡ କଲା ‘ବ୍ରହ୍ମାସ୍ତ୍ର’

ବହୁ ପ୍ରତୀକ୍ଷିତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ସେପ୍ଟେମ୍ବର ୯ରେ ରିଲିଜ୍‌ ହେବାକୁ ଯାଉଛି। ଏଥିରେ ପ୍ରଥମ ଥର ପାଇଁ ଆଲିଆ- ରଣବୀର ନଜର ଆସିବେ। ବର୍ତ୍ତମାନ ଏହି ଫିଲ୍ମଟି ରିଲିଜ୍‌ ହେବାକୁ ମାତ୍ର ଚାରି ଦିନ ବାକି ଅଛି। ଯାହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢିବାରେ ଲାଗିଛି। ତେବେ ଫିଲ୍ମଟି ରିଲିଜ୍‌ ହେବା ପୂର୍ବରୁ ଆଡଭାନ୍ସ ବୁକିଂ ଖୋଲିବାର ପ୍ରଥମ ଦିନରେ ପ୍ରାୟ ୧୦ ହଜାର ଅଧିକ ଟିକେଟ୍‌ ବିକ୍ରି କରିସାରିଛି। ଆୟାନ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ଚଳିତ ବର୍ଷର ସବୁଠାରୁ ବଡ ବଜେଟ୍‌ ହେଉଛି ଫିଲ୍ମ। ଏହାକୁ ନିର୍ମାଣ କରିବାକୁ ବହୁ ସମୟ ଏବଂ ଅର୍ଥ ବିନିଯୋଗ କରିଛନ୍ତି ନିର୍ମାତା। ଫିଲ୍ମଟି ହିନ୍ଦୀ ସମେତ ତେଲୁଗୁ, ତାମିଲ, କନ୍ନଡ ଏବଂ ମାଲାୟାଲମ ଭାଷାରେ ମୁକ୍ତିଲାଭ କରିବ। ଅନ୍ୟପଟେ, ବଲିଉଡ୍‌ର କୋଟିଏ ପରେ ଗୋଟିଏ ଫିଲ୍ମ ଫ୍ଲପ୍‌ ହେବାରେ ଲାଗିଛି। ଏଭଳି ସମୟରେ ‘ବ୍ରହ୍ମାସ୍ତ୍ର’ ରିିଲିଜ୍‌ ହେବାକୁ ଯାଉଛି। ଆଶା କରାଯାଉଛି ଫିଲ୍ମଟି ବହୁ ମାତ୍ରାରେ ସଫଳତା ପାଇବ।

Share