ଏହି ଦିନ ଓଟିଟିରେ ରିଲିଜ୍‌ ହେବ ‘ବ୍ରହ୍ମାସ୍ତ୍ର’

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ରିଲିଜ୍‌ ହେବା ପରେ ଚର୍ଚ୍ଚାରେ ରହିଛି। ଅଳ୍ପ ଦିନରେ ଫିଲ୍ମଟି ବକ୍ସ ଅଫିସରେ ରେକର୍ଡ ସଂଖ୍ୟକ ଆୟ କରି ସୁପରହିଟ୍‌ ହୋଇଛି। ଏହାରି ମଧ୍ୟରେ ଫିଲ୍ମକୁ ନେଇ ଖବର ସାମ୍ନାକୁ ଆସିଛି ଯେ, ‘ବ୍ରହ୍ମାସ୍ତ୍ର’ ଖୁବ୍‌ଶୀଘ୍ର ଓଟିଟିରେ ରିଲିଜ୍‌ ହେବ। ଯେଉଁମାନେ ଥିଏଟରକୁ ଯାଇ ଫିଲ୍ମ ଦେଖିନଥିଲେ। ସେମାନେ ଦୀପାବଳିରେ ଘରେ ବସି ଫିଲ୍ମର ମଜା ନେଇପାରିବେ।
କୁହାଯାଉଛି କି, ୨୩ ଅକ୍ଟୋବରରେ ଓଟିଟି ପ୍ଲାଟଫର୍ମ ଡିଜନି ପ୍ଲସ ହଟଷ୍ଟାରରେ ‘ବ୍ରହ୍ମାସ୍ତ୍ର’ ମୁକ୍ତିଲାଭ କରିବ। ହେଲେ ଏହାକୁ ନେଇ କୌଣସି ଅଫିସିଆଲ ଘୋଷଣା କରାଯାଇନାହିଁ।

ଆୟାନ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ହିନ୍ଦୀ ସମେତ ତେଲୁଗୁ, ତାମିଲ, କନ୍ନଡ ଏବଂ ମାଲାୟାଲମ ଭାଷାରେ ସେପ୍ଟେମ୍ବର ୯ରେ ପରଦାକୁ ଆସିଥିଲା। ୩୫୦କୋଟି ବଜେଟ୍‌ରେ ର୍ନିମିତ ଫିଲ୍ମଟି ୪୦୦ କୋଟିରୁ ଅଧିକ ଆୟ କରିଛି। ଏହି ଫିଲ୍ମରେ ରଣବୀର-ଆଲିଆଙ୍କ ବ୍ୟତିତ ଅମିତାଭ ବଚ୍ଚନ, ନାଗାର୍ଜୁନ ଏବଂ ମୌନି ରୟ ଷ୍ଟାର୍‌କାଷ୍ଟ ରହିଛନ୍ତି।

Share