କେରଳର ୧୦୨ ପରଦାରେ ରିଲିଜ୍‌ ହେବ ‘ବ୍ରହ୍ମାସ୍ତ୍ର’

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ଆଉ ୨ ଦିନ ଅର୍ଥାତ୍‌ ୯ରେ ରିଲିଜ୍‌ ହେବାକୁ ଯାଉଛି। ଯାହାକୁ ଦେଖିବାକୁ ଦର୍ଶକ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଏହି ଫିଲ୍ମଟି ହିନ୍ଦୀ ସମେତ ତେଲୁଗୁ,ତାମିଲ, କନ୍ନଡ ଏବଂ ମାଲାୟାଲମ ଭାଷାରେ ମୁକ୍ତିଲାଭ କରିବ। ତେବେ ଏକ ବଡ ଅପଡେଟ୍‌ ସାମ୍ନାକୁ ଆସିଛି ଯେ, ‘ବ୍ରହ୍ମାସ୍ତ୍ର’ ମାଲାୟାଲମ ଭାଷାରେ କେରଳର ୧୦୨ ସିନେମା ହଲ୍‌ରେ ମୁକ୍ତିଲାଭ କରିବ। ଚଳିତ ବର୍ଷ ବଲିଉଡ୍‌ରେ ‘ବ୍ରହ୍ମାସ୍ତ୍ର’ହେଉଛି ସବୁଠାରୁ ମହଙ୍ଗା ଫିଲ୍ମ। ଆୟାନ ମୁଖାର୍ଜୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମକୁ ନିର୍ମାଣ କରିବାକୁ ପ୍ରାୟ ୪ ବର୍ଷ ଲାଗିଥିଲା। ରଣବୀର-ଆଲିଆଙ୍କ ବ୍ୟତିତ ଏହି ଫିଲ୍ମରେ ନାଗାର୍ଜୁନ, ମୌନୀ ରୟ, ଅମିତାଭ ବଚ୍ଚନ ଏବଂ ଡିମ୍ପଲ କାପାଡିଆ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି।

Share