ରିଲିଜ ହେଲା ‘ବ୍ରହ୍ମାସ୍ତ୍ର’ର ଟ୍ରେଲର୍‌, ଦର୍ଶକ କହିଲେ ‘ବ୍ଲକ୍‌ବଷ୍ଟର…

ବମ୍ବେ: ରିଲିଜ ହୋଇଛି ବହୁ ପ୍ରତିକ୍ଷିତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ଟ୍ରେଲର। ଫିଲ୍ମ ରିଲିଜକୁ ଆଉ କିଛି ସମୟ ଥିବା ବେଳେ ନିର୍ମାତାମାନେ ଏହାର ଟ୍ରେଲର ରିଲିଜ କରିଛନ୍ତି। ଏହା ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି। ୨ ମିନିଟ ୫୧ ସେକେଣ୍ଡର ଭିଡିଓରେ ଫିଲ୍ମର କାହାଣୀର କୀୟଦଂଶ ଦେଖାଯାଇଛି। ଟ୍ରେଲରଙ୍କ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ରୋମାନ୍ସ ମଧ୍ୟ ରହିଛି।

ଆୟାନ ମୁଖାର୍ଜୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘ବ୍ରହ୍ମାସ୍ତ୍ର’ ଏକ ମଲ୍ଟିଷ୍ଟାରର ଫିଲ୍ମ। ଏଥିରେ ଆଲିଆ, ରଣବୀରଙ୍କ ବ୍ୟତିତ ଅମିତାଭ ବଚ୍ଚନ, ନାଗାର୍ଜୁନ ଏବଂ ମୌନି ରୟ ପ୍ରମୁଖ ନଜର ଆସିବେ। ଫିଲ୍ମରେ ରଣବୀର ‘ଶିବା’ ଭୂମିକାରେ ଥିବା ବେଳେ ଆଲିଆ ‘ଈଶା’ ଭୂମିକାରେ ନଜର ଆସିବେ। ତେବେ ଏହାର ଟ୍ରେଲରକୁ ରିଲିଜ କରାଯିବା ପରେ ଦର୍ଶକଙ୍କ ଉତ୍କଣ୍ଠା ଆହୁରି ବଢ଼ିଯାଇଛି।

Share