Categories: ଜାତୀୟ

୩ବର୍ଷରେ ୧୦୦ରୁ ଊର୍ଦ୍ଧ୍ୱ ବ୍ରହ୍ମୋସ୍‌ ମିଶାଇଲ୍‌ ତିଆରି ଲକ୍ଷ୍ୟ

ଲକ୍ଷ୍ନୌ,୧୯।୮: ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ବିଶ୍ୱର ସବୁଠୁ ଶକ୍ତିଶାଳୀ ତଥା ଦ୍ରୁତତମ ସୁପରସୋନିକ ବ୍ରହ୍ମୋସ୍‌ କ୍ରୁଜ୍‌ ମିଶାଇଲ୍‌ ପ୍ଲାଣ୍ଟ ନିର୍ମାଣ କରିବାକୁ ସ୍ଥିର କରାଯାଉଛି। ଏନେଇ ଡିଆରଡିଓ ଏବଂ ରୁଷିଆ କମ୍ପାନୀ ଏନ୍‌ପିଓଏମ୍‌ ମଧ୍ୟରେ ଏମ୍‌ଓୟୁ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଏଥିପାଇଁ ଲକ୍ଷ୍ନୌ ସ୍ଥିତ ଏକ ୮୦ଏକର ଜମି ମଧ୍ୟ ଚିହ୍ନଟ କରାଯାଇଥିବା ଜଣାପଡ଼ିଛି। ଏହାଦ୍ୱାରା ଦେଶର ସୁରକ୍ଷା ବ୍ୟବସ୍ଥା ତଥା ପ୍ରତିରକ୍ଷା ଉପକରଣ ଉତ୍ପାଦନରେ ଉତ୍ତରପ୍ରଦେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଦେଶର ଦ୍ୱିତୀୟ ପ୍ରତିରକ୍ଷା କରିଡରରେ ଅତ୍ୟାଧୁନିକ ବ୍ରହ୍ମୋସ ମିାଇଲ୍‌ (ବ୍ରାହ୍ମୋସ ଏନ୍‌ଜି) ଆସନ୍ତା ୩ବର୍ଷ ମଧ୍ୟରେ ଅର୍ଥାତ୍‌ ୨୦୨୫ ସୁଦ୍ଧା ଉତ୍ପାଦନ ଆରମ୍ଭ କରିବ। ପ୍ରାରମ୍ଭରେ ୧୦୦ରୁ ଅଧିକ ମିଶାଇଲ୍‌ ଉତ୍ପାଦନ କରିବାର ଲକ୍ଷ୍ୟ ରଖାଯାଇଛି। ତେବେ ୫ରୁ ୭ବର୍ଷ ମଧ୍ୟରେ ୯୦୦ କୋଟି ଟଙ୍କା ମୂଲ୍ୟର କ୍ଷେପଣାସ୍ତ୍ର ଉତ୍ପାଦନ କରିବାର ଲକ୍ଷ୍ୟ ରଖାଯାଇଛି ବୋଲି ଯୋଗୀ ଆଦିତ୍ୟନାଥ କହିଛନ୍ତି। ଏହି ସଂସ୍ଥା ଆରମ୍ଭରୁ ୩୦୦ କୋଟି ଟଙ୍କା ବିନିଯୋଗ କରିବ।

Share