Categories: ଜାତୀୟ

ବ୍ରହ୍ମୋସ୍‌ ସୁପରସୋନିକ୍‌ କ୍ଷେପଣାସ୍ତ୍ରର ପରୀକ୍ଷଣ

ନୂଆଦିଲ୍ଲୀ,୧୨।୫: ସୁଖୋଇ ଯୁଦ୍ଧବିମାନରୁ ଗୁରୁବାର ବ୍ରହ୍ମୋସ୍‌ ସୁପରସୋନିକ୍‌ କ୍ଷେପଣାସ୍ତ୍ର ପରିବର୍ତ୍ତିତ ଭର୍ସନ୍‌ର ସଫଳ ପରୀକ୍ଷା କରାଯାଇଛି। ବଙ୍ଗୋପସାଗରରେ ଧାର୍ଯ୍ୟ ଲକ୍ଷ୍ୟସ୍ଥଳକୁ ଏହା ସିଧାସଳଖ ମାଡ଼ କରିଥିଲା ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ମୂଳ ବ୍ରହ୍ମୋସ କ୍ଷେପଣାସ୍ତ୍ରର ରେଞ୍ଚ୍‌ ୨୯୦ କିଲୋମିଟର ଥିବାବେଳେ ଆଡଭାନ୍ସ ଭର୍ସନ୍‌ର ଲକ୍ଷ୍ୟଭେଦ କ୍ଷମତା ୩୫୦ କିଲୋମିଟର ରହିଛି। ଏହା ଶବ୍ଦ ବେଗର ୩ ଗୁଣ (୨.୮ ମାକ୍‌) ବେଗରେ ଗତି କରିଥିଲା। ଏସ୍‌ୟୁ-୩୦ଏମ୍‌କେଆଇ ଯୁଦ୍ଧବିମାନରୁ ସୁଖୋଇ ପରିବର୍ଦ୍ଧିତ ଭର୍ସନ ପରୀକ୍ଷା କରାଯିବା ଏହା ପ୍ରଥମ।

Share