Categories: ଜାତୀୟ

ବଢିବ ଭାରତର ଶକ୍ତି: ବ୍ରହ୍ମୋସ ସୁପରସୋନିକ୍‌ କ୍ରୁଜ୍‌ ମିଶାଇଲର ସଫଳ ପରୀକ୍ଷଣ

ପୋର୍ଟବ୍ଲେୟାର,୨୩।୩: ଭାରତ ବୁଧବାର ଭୂପୃଷ୍ଠରୁ ଭୂପୃଷ୍ଠକୁ ଲକ୍ଷ୍ୟଭେଦ କରି ପାରୁଥିବା ବ୍ରହ୍ମୋସ ସୁପରସୋନିକ୍‌ କ୍ରୁଜ୍‌ ମିଶାଇଲର ସଫଳ ପରୀକ୍ଷଣ କରିଛି। ଆଣ୍ଡାମାନ ଏବଂ ନିକୋବରରେ ଏହି ପରୀକ୍ଷଣ କରାଯାଇଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ବ୍ରହ୍ମୋସ ସୁପରସୋନିକ୍‌ କ୍ରୁଜ୍‌ ମିଶାଇଲର ସଫଳ ପରୀକ୍ଷଣ ନେଇ ଏୟାର ଚିଫ୍‌ ମାର୍ଶାଲ ବିଆର୍‌ ଚୌଧୁରୀ ଶୁଭେଚ୍ଛା ଜଣାଇଛନ୍ତି। ଏହି ପ୍ରରୀକ୍ଷଣର ପ୍ରସ୍ତୁତି ସମୀକ୍ଷା ପାଇଁ ବିଆର୍‌ ଚୌଧୁରୀ ଆଣ୍ଡାମାନ ଏବଂ ନିକୋବରରେ ଉପସ୍ଥିତ ଥିଲେ। ଏହାର ସଫଳ ପରୀକ୍ଷଣ ଦ୍ୱାରା ପ୍ରତିରକ୍ଷା କ୍ଷେତ୍ରରେ ଭାରତର ଶକ୍ତି ବୃଦ୍ଧି କରିବ ବୋଲି ଜଣାପଡିଛି।
ସୂଚନାନୁସାରେ, ବ୍ରହ୍ମୋସ ସୁପରସୋନିକ କ୍ରୁଜ ମିଶାଇଲ୍‌ର ସୀମା ୫୦୦ କିଲୋମିଟରକୁ ବୃଦ୍ଧି କରାଯାଇଥିଲା। କେବଳ ସଫ୍ଟୱେର୍‌ ଅପଗ୍ରେଡ କରିବ ଏହା ସମ୍ଭବ ହୋଇଥିଲା। ଫଳରେ ମିଶାଇଲ୍‌ରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଏବେ ଏହି ମିଶାଇଲ୍‌ର କ୍ଷମତାକୁ ୮୦୦ କିଲୋମିଟରକୁ ବୃଦ୍ଧି କରିବାରେ ସଫଳତା ମିଳିଛି।
ପୂର୍ବରୁ ୨୦୨୧ ଡିସେମ୍ବର ୮ରେ ବାୟୁସେନାର ଲଢୁଆ ବିମାନ ସୁଖୋଇ-୩୦ ଏମକେ-୧ରେ ବ୍ରହ୍ମୋସ ସୁପରସୋନିକ କ୍ରୁଜ ମିସାଇଲର ଏୟାର ଭର୍ସନର ସଫଳ ପରୀକ୍ଷଣ କରାଯାଇଥିଲା। ମିସାଇଲ ସଠିକ ଲକ୍ଷ୍ୟଭେଦ କରି ଶତ୍ରୁର ଠିକଣାକୁ ଧ୍ୱସ୍ତ କରିଥିଲା। ଏହି କ୍ରୁଜ ମିସାଇଲକୁ ସମ୍ପୂର୍ଣ୍ଣ ଭାବେ ସ୍ବଦେଶୀ ଜ୍ଞାନ କୌଶଳରେ ପ୍ରସ୍ତୁତ କରାଯାଇଛି।

Share