Categories: ଫୁରସତ

ବ୍ରେନ୍‌ କ୍ୟାନ୍‌ସରର ସହଜ ଚିକିତ୍ସା ସମ୍ଭବ

ଥିରୁଭାନନ୍ତପୁରମ: ଏଣିକି ବ୍ରେନ୍‌ କ୍ୟାନ୍ସର ଚିକିତ୍ସା ଅତି ସହଜ ଉପାୟରେ କରାଯାଇପାରିବ। ସାନ୍‌ ଫ୍ରାନ୍ସିସ୍କୋ ମେଡିକାଲ ସେଣ୍ଟର, ୟୁନିଭର୍ସିଟି ଅଫ୍‌ କାଲିଫର୍ନିଆର ବୈଜ୍ଞାନିକଙ୍କ ପକ୍ଷରୁ ଏହି ଚିକିତ୍ସା ପଦ୍ଧତି ଉଦ୍ଭାବନ କରାଯାଇଛି। ଷ୍ଟଡି ମୁଖ୍ୟ ସରଥା କ୍ରିଷ୍ଣନ କହିଛନ୍ତି, ଆଣ୍ଟି-ସିଜର୍‌ ଡ୍ରଗ୍‌କୁ ବ୍ୟବହାର କରି ବ୍ରେନ୍‌ ଟ୍ୟୁମରର ପ୍ରଭାବ ଓ ଏହାର ବିକାଶକୁ କମାଯାଇ ପାରିବ। ସରିଥାଙ୍କ ଘର କେରଳର ଥିରୁଭାନନ୍ତପୁରମ୍‌ରେ। ଫଳରେ ରୋଗୀଙ୍କ କ୍ଷେତ୍ରରେ ମୃତ୍ୟୁର ଭୟ ରହିବ ନାହିଁ। ଅନ୍ୟପକ୍ଷରେ ଗ୍ଲିଓବ୍ଲାଷ୍ଟୋମା ରୋଗୀଙ୍କ ପାଇଁ ମଧ୍ୟ ଏହି ଚିକିତ୍ସା ଉପଯୋଗୀ ସାବ୍ୟସ୍ତ ହେବ ବୋଲି ସେ କହିଛନ୍ତି। ବିଶେଷ କରି ବ୍ରେନ୍‌ କ୍ୟାନ୍‌ସର ଯୋଗୁ ଅଧିକାଂଶ କିଶୋରଙ୍କ ମୃତ୍ୟୁ ବଢ଼ିବାକୁ ଦୃଷ୍ଟିରେ ରଖି ବୈଜ୍ଞାନିକଙ୍କ ଦ୍ୱାରା ଏହାର ସହଜ ଚିକିତ୍ସା ପଦ୍ଧତି ବାହାର କରାଯାଇଛି। କ୍ୟାନ୍‌ସର ସେଲର ନକାରାତ୍ମକ ପ୍ରଭାବ ଯୋଗୁ ମସ୍ତିଷ୍କର ଅନ୍ୟ କୋଷିକା କାର୍ଯ୍ୟ ବନ୍ଦ କରିଦେଇଥାନ୍ତି।
କରି ବାତ ଚିକିତ୍ସା ପାଇଁ ସାଧାରଣ ଭାବେ ବ୍ୟବହାର ହେଉଥିବା ଗାବାପେଣ୍ଟିନ ମେଡିସିନ୍‌ରେ ଥିବା ଥ୍ରୋମ୍ବୋସ୍ପୋଣ୍ଡିନ-୧ ପ୍ରୋଟିନ୍‌ ଟ୍ୟୁମରକୁ ଭଲ କରିବାରେ ସାହାଯ୍ୟ କରିଥାଏ। ଆଗକୁ ବ୍ରେନ୍‌ ଟ୍ୟୁମର ରୋଗୀଙ୍କ ଉପରେ ଏହି ଚିକିତ୍ସା ପଦ୍ଧତିର ଟ୍ରାଏଲ ଆରମ୍ଭ କରାଯିବ। ଏହି ଉପାୟକୁ ବ୍ୟବହାର କରି ଭବିଷ୍ୟତରେ ବୈଜ୍ଞାନିକମାନେ ଗ୍ଲିଓବ୍ଲାଷ୍ଟୋମା ଭଳି ପ୍ରାଣଘାତି ରୋଗର ଚିକିତ୍ସା ଉପାୟ ବାହାର କରିପାରିବେ ବୋଲି ସରିଥା କହିଛନ୍ତି।

Share