Categories: ଫୁରସତ

ବ୍ରେନ୍‌ ଡେଡ୍‌ ମହିଳାଙ୍କ ଅଙ୍ଗ ୪ ଜଣଙ୍କ ଜୀବନ ବଞ୍ଚାଇଲା

ନୂଆଦିଲ୍ଲୀ: ଜଣେ ୪୩ ବର୍ଷୀୟ ବ୍ରେନ୍‌ ଡେଡ୍‌ ମହିଳାଙ୍କ ଅଙ୍ଗଦାନ ଫଳରେ ୪ ଜଣଙ୍କ ଜୀବନ ବଞ୍ଚତ୍ପାରିଛି। ତାଙ୍କ ଯକୃତ ଜଣେ ୫୮ ବର୍ଷୀୟ ବ୍ୟକ୍ତିଙ୍କ ଶରୀରରେ ପ୍ରତିରୋପଣ ହୋଇଥିବାବେଳେ କିଡ୍‌ନୀକୁ ସାର୍‌ ଗଙ୍ଗାରାମ ହସ୍ପିଟାଲର ଅନ୍ୟ ଜଣେ ରୋଗୀଙ୍କ ଦେହରେ ଲଗାଯାଇଛି। ଅନ୍ୟ ଅଙ୍ଗକୁ ଦିଲ୍ଲୀ-ଏନ୍‌ସିଆର୍‌ର ଅନ୍ୟ ହସ୍ପିଟାଲକୁ ପଠାଯାଇଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। ମହିଳାଙ୍କର ଉଚ୍ଚ ରକ୍ତଚାପ ଥିବାବେଳେ ହଠାତ୍‌ ବାନ୍ତି ହେବା ସହ ଅତ୍ୟଧିକ ମୁଣ୍ଡବିନ୍ଧା ହେବାରୁ ତାଙ୍କୁ ଗତ ୨୦ ତାରିଖରେ ସାର୍‌ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରୀକ୍ଷାରୁ ତାଙ୍କ ଗୁରୁତର ବ୍ରେନ୍‌ ହାମ୍‌ରେଜ ହୋଇଥିବା ଜଣାପଡ଼ିଥିଲା। ସମସ୍ତ ଉଦ୍ୟମ ସତ୍ତ୍ୱେ ତାଙ୍କୁ ବ୍ରେନ୍‌ ଡେଡ୍‌ ଘୋଷଣା କରାଯାଇଥିଲା। ତାଙ୍କର ସ୍ବାମୀ ଓ ୨୧ ବର୍ଷର ପୁଅ ଅଛନ୍ତି। ପରିବାର ବିଚାରବିମର୍ଶ କରି ତାଙ୍କ ଅଙ୍ଗଦାନ କରିବା ପାଇଁ ନିଷ୍ପତ୍ତି ନେଇ ଏ ସମ୍ପର୍କରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ।

Share