ଓ୍ବାଶିଂଟନ୍: ଇଂଲଣ୍ଡର ମର୍ସିସାଇଡ୍ରୁ ଏକ ବିରଳ ଘଟଣା ସାମ୍ନାକୁ ଆସିଛି। ନୋସ୍ଲି ଗ୍ରାମରେ ସାମନ୍ଥା ଏମ୍ସିଗିଙ୍କ ପୁଅ ଲେନୀଙ୍କ ମସ୍ତିଷ୍କ ଖପୁରିଠାରୁ ବଡ଼। ସ୍କୁଲରୁ ଫେରିବା ପରେ ୨ ବର୍ଷୀୟ ପୁଅ ଲେନୀ ଅଣ୍ଟା କାଟୁଥିବା କଥା କହିଥିଲେ। ଡାକ୍ତରଖାନାରେ ଏମ୍ଆର୍ଆଇ ପରୀକ୍ଷା ପରେ ଲେନୀଙ୍କ ଖପୁରି ତୁଳନାରେ ତାଙ୍କ ମସ୍ତିଷ୍କ ବଡ଼ ଜଣାପଡ଼ିଥିଲା। ମସ୍ତିଷ୍କରୁ ସ୍ପାଇନାଲ କର୍ଡକୁ ହରମୋନ ଯିବାରେ ଅସୁବିଧା ହେବା କାରଣରୁ ଏହି ବ୍ୟତିକ୍ରମ ଦେଖିବାକୁ ମିଳିଛି। ହର୍ମୋନ୍ ଠିକ୍ ଭାବେ ଶରୀରର ବିଭିନ୍ନ ଅଙ୍ଗକୁ ଯାଇପାରୁ ନ ଥିବା ଯୋଗୁ ଅଣ୍ଟା ବିନ୍ଧାଭଳି ଅସୁବିଧା ଦେଖାଯାଉଥିଲା। ସ୍ପାଇନାଲ କର୍ଡରୁ ଏକ ଛୋଟ ଅସ୍ଥିକୁ କଢ଼ିଲେ ସେ ସୁସ୍ଥ ହେବେ ବୋଲି ଡାକ୍ତର କହିଛନ୍ତି।