Categories: ଜାତୀୟ

ଦିଲ୍ଲୀ ହସ୍ପିଟାଲରେ ବ୍ରେନ୍‌ ମ୍ୟାପିଙ୍ଗ୍‌ ସୁବିଧା

ନୂଆଦିଲ୍ଲୀ,୨୨।୮: ଦିଲ୍ଲୀର ଆଇବିଏସ୍‌ ହସ୍ପିଟାଲ ରବିବାର ବ୍ରେନ୍‌ ମ୍ୟାପିଙ୍ଗ ଟେକ୍ନୋଲୋଜି ସୁବିଧା ଉପଲବ୍ଧ ହୋଇଛି। କୌଣସି ଡାକ୍ତରଖାନାରେ ଏହି ଟେକ୍ନୋଲୋଜି ରହିବା ଦେଶରେ ପ୍ରଥମ। ଏହା ଜରିଆରେ ବ୍ରେନ୍‌ ଟ୍ୟୁମର ସାଙ୍ଗକୁ ଜଟିଳ ମସ୍ତିଷ୍କ ଅସ୍ତ୍ରୋପଚାର ସହଜରେ କରାଯାଇପାରିବ। ଏଥିସହ ମସ୍ତିଷ୍କର ଗୁରୁତ୍ୱପୂର୍ଣ୍ଣ ଅଂଶରେ ହୋଇଥିବା କୌଣସି ଡ୍ୟାମେଜ୍‌କୁ ଚିହ୍ନଟ କରାଯାଇ ତାହାର ନିରାକରଣ କରାଯାଇପାରିବ। ଅନ୍ୟପଟେ ମସ୍ତିଷ୍କ ଚିକିତ୍ସାରେ ବ୍ୟବହାର ହେଉଥିବା ଆଲଗୋରିଦିମ୍‌ ନିୟମାବଳୀ ସହଜ ହେବ ଏବଂ ବ୍ରେନ୍‌ର ଆନାଟୋମିକାଲ ଚିତ୍ରକୁ କମ୍ପ୍ୟୁଟରରେ ଡାକ୍ତର ସୁବିଧାରେ ଦେଖିପାରିବେ।

Share