ତାଳଚେର ବିଧାନସଭା ଆସନ ବଜାୟ ରଖିଲା ବିଜେଡି

ତାଳଚେର,୪।୬: ତାଳଚେର ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପୁଣିଥରେ ବଜାୟ ରଖିଛି। ବର୍ତ୍ତମାନ ବିଧାୟକ ଥିବା ବ୍ରଜ କିଶୋର ପ୍ରଧାନ ପୁଣିଥରେ ଏହି ଆସନରୁ ବିଜୟୀ ହୋଇଛନ୍ତି। ତାଙ୍କୁ ମୋଟ ୭୫,୬୨୧ ଖଣ୍ଡ ଭୋଟ ମିଳିଥିବା ବେଳେ ନିକଟତମ ପ୍ରତିଦ଼୍ବନ୍ଦୀ ବିଜେପି ପ୍ରାର୍ଥୀ କାଳନ୍ଦୀ ଚରଣ ସାମଲଙ୍କୁ ୪୩,୪୯୯ ଖଣ୍ଡ ଭୋଟ ମିଳିଛି। ସେହିପରି କଂଗ୍ରେସ ପ୍ରାର୍ଥୀ ପ୍ରଫୁଲ୍ଲ ଚନ୍ଦ୍ର ଦାଶଙ୍କୁ ମାତ୍ର ୬,୧୮୯ ଖଣ୍ଡ ଭୋଟ ମିଳିଛି।

ଏହି ଆସନକୁ ନେଇ ନିର୍ବାଚନ ପୂର୍ବରୁ ଚର୍ଚ୍ଚା ଜୋର ହୋଇଥିଲା। ଶେଷ ମୂହୁର୍ତ୍ତରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ଆସନ ପାଇଁ ଦଳୀୟ ପ୍ରାର୍ଥୀ ଘୋଷଣା କରିଥିଲେ।