Advertisement

ଆସନ୍ତା ୩୧ରେ ୧୧ ପ୍ରାର୍ଥୀଙ୍କ ମଧ୍ୟରେ ହେବ ଲଢ଼େଇ

ଝାରସୁଗୁଡ଼ା ଅଫିସ,୧୭।୫: ଆସନ୍ତା ୩୧ରେ ବ୍ରଜରାଜନଗର ଉପନିର୍ବାଚନ ଅନୁଷ୍ଠିତ ହେବ। ଏଥିଲାଗି ପ୍ରାର୍ଥିପତ୍ର ପ୍ରତ୍ୟାହାରର ମଙ୍ଗଳବାର ଥିଲା ଶେଷ ତାରିଖ। ଏହି ଦିନ ୩ ଜଣ ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ନେଇଛନ୍ତି। ସେମାନେ ହେଲେ ପାର୍ବତୀ ବେହେରା, ତପନ ସ୍ବାଇଁ ଏବଂ ମନୋଜ ପ୍ରଧାନ। ଏହାପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଏହି ଉପର୍ନିବାଚନରେ ଏବେ ୧୧ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ଲଢ଼େଇ ହେବ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share