ଭୁବନେଶ୍ୱର,୧୭।୫(ବ୍ୟୁରୋ): ବ୍ରଜରାଜନଗର ଉପନିର୍ବାଚନ ନେଇ ପ୍ରଚାର ଜୋରଦାର ଚାଲିଛି। ମୈଦାନରେ ତିନି ପ୍ରମୁଖ ଦଳର ପ୍ରାର୍ଥୀ କ୍ୟାମ୍ପେନ ଆରମ୍ଭ କରି ଦେଇଛନ୍ତି। ଲୋକଙ୍କ ଘରକୁ ଘର ଯାଇ ୩ ପ୍ରମୁଖ ଦଳର ପ୍ରାର୍ଥୀ ଭୋଟ ମାଗୁଛନ୍ତି। ନିର୍ବାଚନକୁ ଆଉ ମାତ୍ର ଦୁଇ ସପ୍ତାହ ଥିବାରୁ ସମସ୍ତେ ଭୋଟରଙ୍କୁ ନିଜ ସପକ୍ଷରେ କରିବାକୁ ଲାଗିପଡ଼ିଛନ୍ତି। ବିଜେଡିରୁ ଅଳକା ମହାନ୍ତି, ଭାଜପାରୁ ରାଧାରାଣୀ ପଣ୍ଡା, ଏବଂ କଂଗ୍ରେସର କିଶୋର ପଟେଲଙ୍କ ମଧ୍ୟରେ ଚାଲିଥିବା ଏହି ଲଢ଼େଇକୁ ନେଇ ରାଜନୀତି ସରଗରମ ହୋଇଛି। ଆଜି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ । ଏହାପରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ମେ ୩୧ରେ ଭୋଟଗ୍ରହଣ ହେବ। ଜୁନ୍ ୩ରେ ଫଳାଫଳ ପ୍ରକାଶ ପାଇବ। ଇତିମଧ୍ୟରେ ମଙ୍ଗଳବାର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ବିଜେଡି ଘୋଷଣା କରିଛି।