ଝାରସୁଗୁଡା ଅଫିସ,୨୦।୫: ଆସନ୍ତା ୩୧ରେ ବ୍ରଜରାଜନଗରରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ରାଜନୀତି ସରଗରମ ରହିଛି। ବିଜୟ ପାଇଁ କସରତ କରୁଛନ୍ତି ସବୁ ଦଳ। ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ପ୍ରାର୍ଥୀ। ତେବେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ମଇଦାନକୁ ଓହ୍ଲାଇଛନ୍ତି ହେଭିଓ୍ବେଟ୍ ନେତା। ଦଳୀୟ ପ୍ରାର୍ଥୀ ଅଳକା ମହାନ୍ତିଙ୍କ ପାଇଁ ମଇଦାନରେ ପ୍ରଚାର କରୁଛନ୍ତି ବରିଷ୍ଠ ବିଜେଡି ନେତା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନକଲ୍ୟାଣକାରୀ ଯୋଜନା ଓ ବିକାଶକୁ ଆଧାରରେ ଭୋଟ ମାଗୁଛି ଦଳ । ତେବେ ଆଗକୁ ଅଳକାଙ୍କ ପାଇଁ ପ୍ରଚାରକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେପଟେ ଖୁବଶୀଘ୍ର ଭାଜପା ଓ କଂଗ୍ରେସ କେନ୍ଦ୍ରୀୟ ନେତା ପ୍ରଚାର ମଇଦାନକୁ ଓହ୍ଲାଇବେ ବୋଲି ସୂଚନା ମିଳିଛି । ଅନ୍ୟପକ୍ଷରେ ବ୍ରଜରାଜନଗର ଉପନିର୍ବାଚନରେ ପିସିସି ସଭାପତି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ।