ଝାରସୁଗଡ଼ା ଅଫିସ/ଭୁବନେଶ୍ୱର,(ବ୍ୟୁରୋ)୧୭।୫: ବ୍ରଜରାଜନଗର ଉପନିର୍ବାଚନ ପାଇଁ କଂଗ୍ରେସ ଏବଂ ଭାଜପା ପୂର୍ବରୁ ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କରିଥିବା ବେଳେ ମଙ୍ଗଳବାର ବିଜେଡି ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କରିଛି। ତାଲିକାର ପ୍ରଥମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁ ରହିଛି। ସେହିପରି ପ୍ରଣବ ପ୍ରକାଶ ଦାସ, ଦେବୀ ପ୍ରସାଦ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ, ନିରଞ୍ଜନ ପୂଜାରୀ, ପ୍ରତାପ ଜେନା, ଅରୁଣ ସାହୁ, ସଞ୍ଜୟ କୁମାର ଦାସ ବର୍ମା, ସମୀର ରଞ୍ଜନ ଦାସ, ନବ କିଶୋର ଦାସ ପ୍ରମୁଖଙ୍କ ସହ ଅନ୍ୟ ବରିଷ୍ଠ ନେତା ମନ୍ତ୍ରୀଙ୍କ ନାଁ ରହିଛି।
ବ୍ରଜରାଜନଗର ଉପନିର୍ବାଚନ ଆସନ ହାତେଇବା ପାଇଁ ୩ ପ୍ରମୁଖ ଦଳ ନିଜ ରଣନୀତି ପ୍ରସ୍ତୁତ କରି ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି । ଏପରିକି ପ୍ରାର୍ଥୀ ଘରକୁ ଘର ବୁଲି ଭୋଟ ଭିକ୍ଷା କରି ଲୋକଙ୍କୁ ଆକୃଷ୍ଟ କରୁଛନ୍ତି।