କେନ୍ଦୁଝର,୧୮ା୭(ସ୍ବ.ପ୍ର.): ଶ୍ରାବଣ ମାସ ପ୍ରଥମ ସୋମବାରରେ ବଂଶପାଳ ବ୍ଲକ ବୈତରଣୀ ନଦୀର ଉତ୍ପତ୍ତି ସ୍ଥଳ ଗୋନାସିକାସ୍ଥିତ ବ୍ରହ୍ମେଶ୍ୱର ମହେଶ ଶିବ ମନ୍ଦିର ଗୋନାସିକାରେ କାଉଡ଼ିଆ ଶ୍ରଦ୍ଧାଳୁଙ୍କ ଭିଡ଼ ଜାଣିଛି। ଶିବ ଭକ୍ତମାନେ ବୈତରଣୀର ଉତ୍ପତ୍ତି ସ୍ଥଳ ଗୁପ୍ତଗଙ୍ଗାରୁ ଜଳ ଆଣି ବ୍ରହ୍ମେଶ୍ୱର ଦେବଙ୍କ ଉପରେ ପାଣି ଢାଳିଥିଲେ। କୋଭିଡ୍ ଯୋଗୁ ଦୁଇ ବର୍ଷ ହେଲା ଜଳାଭିଷେକ ବନ୍ଦ ରହିଥିବାରୁ ଚଳିତ ବର୍ଷ କାଉଡ଼ିଆମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।