ବେଗୁନିଆରେ ଖୋଲିବ ଉପଖଣ୍ଡ ହସ୍ପିଟାଲ

ଭୁବନେଶ୍ୱର, ୯।୧୦(ଅସମାପିକା ସାହୁ): ଖୋର୍ଦ୍ଧା ଜିଲା ବେଗୁନିଆଠାରେ ଉପଖଣ୍ଡ ହସ୍ପିଟାଲ(ଏସ୍‌ଡିଏଚ୍‌) ଖୋଲିବ। ୧୦୦ ଶଯ୍ୟା ବିଶିଷ୍ଟ ଏହି ଏସ୍‌ଡିଏଚ୍‌ ଖୋଲିବା ପାଇଁ ରାଜ୍ୟ ସରକାର ଅନୁମୋଦନ ଦେଇଛନ୍ତି। ଏ ନେଇ ସୋବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଗାଇଡ୍‌ଲାଇନ ଅନୁସାରେ ସମସ୍ତ ପ୍ରକାର ଭିତ୍ତିଭୂମି, ମାନବ ସମ୍ବଳ ଏବଂ ଆବଶ୍ୟକ ଲଜିଷ୍ଟିକର ବ୍ୟବସ୍ଥା ହେବା ପରେ ଏହି ଏସ୍‌ଡିଏଚ୍‌ କାର୍ଯ୍ୟକ୍ଷମ ହେବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

Share