ଶାଖା ତତ୍ତ୍ୱାବଧାରକ ବହିଷ୍କୃତ

ମାଲକାନଗିରି,୨୫ା୯(ସ୍ବ.ପ୍ର.): ଚାଷୀଙ୍କ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ ମାଲକାନଗିରି ଜିଲା ମାଥିଲି ଲ୍ୟାମ୍ପରେ କାର୍ଯ୍ୟରତ ଶାଖା ତତ୍ୱାବଧାରକ ସତ୍ୟ ନାରାୟଣ ସ୍ବାଇଁଙ୍କୁ ବହିଷ୍କୃତ କରାଯାଇଛି। ମାଥିଲି ଏମ୍‌ଡି ସନ୍ତୋଷୀ ପରିଡାଙ୍କ ଚିଠି ନଂ. ୬୦/୨୨ ଆଧାରରେ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ମିଳିଥିବା ସୂଚନା ମୁତାବକ, ସ୍ବାଇଁ ଚାଷୀମାନଙ୍କୁ ଋଣ ଦେବା ଆଳରେ ସେମାନଙ୍କ ଟଙ୍କା ଆତ୍ମସାତ କରିଥିଲେ । ଏନେଇ ଚାଷୀ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ କେହି ଗୁରୁତ୍ୱ ଦେଉ ନ ଥିଲେ। ଏହି ଅଭିଯୋଗକୁ କୋରାପୁଟ କେସିସି ସମ୍ପାଦକ କୃଷ୍ଣଚନ୍ଦ୍ର ଜାନି ଗୁରୁତର ସହ ନେଇ ମାଥିଲି କେସିସି ବ୍ୟାଙ୍କ ମ୍ୟାନେଜର ବିଦ୍ୟାଧର ପ୍ରଧାନଙ୍କୁ ତଦନ୍ତ କରିବାକୁ ନିଦ୍ଦେର୍ର୍ଶ ଦେଇଥିଲେ। ପ୍ରଧାନ ଘଟଣାର ତଦନ୍ତ କରି ଅଭିଯୋଗର ସତ୍ୟତା ଥିବା ନେଇ ରିପୋର୍ଟ ଦେଇଥିଲେ। ପରେ ମାଥିଲି ଲ୍ୟାମ୍ପର ବୋର୍ଡ ବୈଠକ ବସି ତାଙ୍କୁ ଚାକିରିରୁ ବହିଷ୍କାର କରିବାକୁ ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗୃହୀତ ହୋଇଥିଲା। ଉକ୍ତ ଟଙ୍କା ତାଙ୍କଠାରୁ ଆଦାୟ କରାଯିବ ନ ହେଲେ ଆଇନର ଆଶ୍ରୟ ନିଆଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।

Share