ନୂଆଦିଲ୍ଲୀ,୩ା୮: ଅଗ୍ରଣୀ ମୋବାଇଲ ଆସେସୋରିଜ ବ୍ରାଣ୍ଡ ମୋବିଲାର ମାର୍କେଟିଂ ଓ ବ୍ରାଣ୍ଡିଂ ପଦକ୍ଷେପ ମାଧ୍ୟମରେ ଏହାର ବଜାର ସ୍ଥିତିକୁ ମଜଭୁତ କରିବାରେ ଲାଗିଛି। କମ୍ପାନୀର ସ୍ଥିତିକୁ ଅଧିକ ମଜଭୁତ କରିବା, ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ଓ ଅଧିକରୁ ଅଧିକ ଗ୍ରାହକଙ୍କ ନିକଟରେ ପହଞ୍ଚିବା ଲାଗି କମ୍ପାନୀ ଭାରତୀୟ ଅଭିନେତ୍ରୀ କାଜଲ ଅଗ୍ରୱାଲଙ୍କୁ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ରୂପେ ଘୋଷଣା କରିଛି। ଏହି ସହଭାଗିତା ଅନୁଯାୟୀ ପ୍ରିଣ୍ଟ, ଡିଜିଟାଲ ଓ ଇଲେକ୍ଟ୍ରୋନିକ ମିଡିଆ ସହ ଏଟିଏଲ୍ ଓ ବିଟିଏଲ୍ ମଧ୍ୟରେ ଯୋଗାଯୋଗ କରୁଥିବା କମ୍ପାନୀଗୁଡ଼ିକ ମଧ୍ୟରେ ପ୍ରସାର ବୃଦ୍ଧି ହୋଇପାରିବ। କାଜଲ ଅଗ୍ରୱାଲଙ୍କ ସହ ମୋବିଲାର ଏହି ସହଯୋଗ କେବଳ ବ୍ରାଣ୍ଡ ଅନୁମୋଦନକୁ ଅଧିକ ମଜଭୁତ କରିବ ନାହିଁ ଅନ୍ୟପକ୍ଷରେ ନୂଆ ତଥା ସମ୍ଭାବ୍ୟ ଗ୍ରାହକଙ୍କୁ ଆକୃଷ୍ଟ କରିବାରେ ସାହାଯ୍ୟ କରିବ। ଏ ସମ୍ପର୍କରେ ମୋବିଲାର ସହ ପ୍ରତିଷ୍ଠାତା ଜିଗ୍ନେଶ ଶାହ ଓ ହେତାଲ ଶାହା କହିଛନ୍ତି, କାଜଲ ହେଉଛନ୍ତି ଜଣେ ଖ୍ୟାତନାମା ବ୍ୟକ୍ତି। ମୋବିଲା ସହ ତାଙ୍କର ଏହି ସହଯୋଗିତା ଆମକୁ ଆଗକୁ ବଢ଼ିବାରେ ପ୍ରେରଣା ଯୋଗାଇବ। ଆମେ ଅଧିକରୁ ଅଧିକ ଗ୍ରାହକଙ୍କ ନିକଟରେ ପହଞ୍ଚି ନିଜକୁ ଉପସ୍ଥାପନ କରିପାରିବୁ।