ବ୍ରାଣ୍ଡ ଅସଲି ମାଲ୍‌ ନକଲି: ଅମୃତଭଣ୍ଡା ଗଛର ପତ୍ରରୁ ହେଉଥିଲା ଚା’

କଟକ ଅଫିସ,୬।୧: ଅସଲି ବ୍ରାଣ୍ଡ ଭିତରେ ରହିଛି ନକଲି ଚା’ ପତି। ଏଭଳି ଘଟଣା ଦେଖିବାକୁ ମିଳୁଛି କଟକ ସହରରେ। ଧୂପକାଠି, ଘିଅ, ପନିର, ପୂଜା ସାମଗ୍ରୀ ପରେ କଟକରୁ ପୁଣି ମିଳିଛି ଏଭଳି ନକଲି ଚା’ ପତି । ବୁଧବାର ସକାଳୁ କଟକ ସଦର ଥାନା ମୁକାମେଶ୍ୱର ଗ୍ରାମର ନକଲି ଚା’ ଫ୍ୟାକ୍ଟ୍ରି ଠାବ ହୋଇଛି । ପୋଲିସ କୌଣସି ସୂତ୍ରରୁ ଖବର ପାଇଁ ସକାଳୁ ଚଢାଉ କରି ଏହି ସାମଗ୍ରୀ ଜବତ କରିଛି । ଚଢ଼ାଉ ବେଳେ ପ୍ରାୟ ୫୦ କ୍ୱିଣ୍ଟାଲରୁ ଅଧିକ ପରିମାଣର ନକଲି ଚା’ ପତି, ନାମୀଦାମୀ କମ୍ପାନୀର ଲୋଗୋ, ଷ୍ଟିକର ଜବତ ହେବା ସହ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଇଛି।
ଏହି ଚୋରା କାରବାର ଏକ ଆଜବେଷ୍ଟସ ଘରେ ଚାଲିଥିବା ବେଳେ ଅମୃତଭଣ୍ଡା ଗଛର ପତ୍ର ଗୁଣ୍ଡରେ ଚା’ ପତି ପ୍ରସ୍ତୁତ ହେଉଥିବା ଜଣାପଡ଼ିଥିଲା। କିଛି ନାମୀଦାମୀ କମ୍ପାନୀର ପ୍ୟାକେଟ୍‌ରେ ନକଲି ଚା’କୁ ଫ୍ୟାକିଂ କରି ବଜାରକୁ ଛଡା ଯାଉଥିଲା। ତେବେ ଏହା ଗୋଟିଏ ଘଟଣା ନୁହେଁ ଏହାପୂର୍ବରୁ ଅନେକ ନକଲି ସାମଗ୍ରୀ ପ୍ରସ୍ତୁତକାରୀ କମ୍ପାନୀ କଟକରୁ ଠାବ ହୋଇଛି ।

Share