ବେଜୋସ୍‌ଙ୍କ ପୂର୍ବରୁ ମହାକାଶ ଯିବେ ବ୍ରାନ୍‌ସନ

ବ୍ଲୁ ଅରିଜିନ୍‌ ତଥା ଆମାଜନ ପ୍ରତିଷ୍ଠାତା ଜେଫ୍‌ ବେଜୋସ୍‌ ଜୁଲାଇ ୨୦ରେ ମହାକାଶ ଯାତ୍ରା ପାଇଁ ଯୋଜନା କରିଥିବାବେଳେ ଏହା ପୂର୍ବରୁ ଅନ୍ୟ ଜଣେ ଅରବପତି ଉଦ୍ୟୋଗୀ ରିଚାର୍ଡ ବ୍ରାନ୍‌ସନ ଭିର୍ଜିନ୍‌ ଗାଲାକ୍ଟିକ୍‌ ହୋଲ୍ଡିଂସ୍‌ ଆଇଏନ୍‌ଏସ୍‌ର (ଏସ୍‌ପିସିଇ.ଏନ୍‌)ର ପରୀକ୍ଷାମୂଳକ ଉଡ଼ାଣରେ ମହାକାଶ ଯିବାକୁ ବାହାରିଛନ୍ତି। ବ୍ରାନ୍‌ସନ ଆସନ୍ତା ୧୧ ତାରିଖରେ ମହାକାଶ ଯିବା ନେଇ ତାଙ୍କ ସ୍ପେସ୍‌ ଟ୍ୟୁରିଜମ୍‌ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ଘରୋଇ ବ୍ୟବସାୟିକ ମହାକାଶ ଭ୍ରମଣର ନୂଆ ଯୁଗରେ ବ୍ରାନ୍‌ସନଙ୍କ ଭିର୍ଜିନ କମ୍ପାନୀର ଭିଏସ୍‌ଏସ୍‌ ୟୁନିଟ ସ୍ପେସ୍‌ପ୍ଲେନ୍‌ ଏକ ବଡ଼ ସଫଳତା ହେବାକ୍ଯଯ ଆସନ୍ତା ୨୦ରେ ବେଜୋସ୍‌ଙ୍କ ସହ ତାଙ୍କ ଭାଇ ମାର୍କ ଓ ୮୨ ବର୍ଷୀୟା ମହିଳା ପାଇଲଟ ଓ୍ବାଲି ଫଙ୍କ୍‌ ମହାକାଶ ଯିବେ।

Share