Posted inଫୁରସତ

ଦୁଃସାହସୀ ବାପିନା

କଥାରେ ଅଛି ଦୃଢ଼ ମନୋବଳ ଥିଲେ ‘ପଙ୍ଗୁ ଲଙ୍ଘୟତେ ଗିରିମ୍‌’। ଅର୍ଥାତ୍‌ ଆତ୍ମବିଶ୍ୱାସ ଓ ନିଷ୍ଠା ବଳରେ ଅସମ୍ଭବ ବି ସମ୍ଭବ ହୋଇପାରେ। ଏହାର ଜ୍ୱଳନ୍ତ ଉଦାହରଣ ପାଲଟିଛନ୍ତି ସେ। ଜଣେ ଦୃଷ୍ଟିହୀନ ଭାବେ ଦୁନିଆର ଆଲୋକ ନ ଦେଖିପାରୁଥିଲେ ବି ନିଜ ଦୃଢ଼ ଇଚ୍ଛାଶକ୍ତି ବଳରେ ଆକାଶରେ ଉଡ଼ିବାଠାରୁ ଆରମ୍ଭ କରି ଦୁର୍ଗମ ପାହାଡ଼ ଶିଖର ଛୁଇଁବା ଭଳି ଦୁଃସାହସିକ କାର୍ଯ୍ୟ ଦ୍ୱାରା ସଭିଙ୍କ ମନରେ ଜଣେ ରିୟଲ ହିରୋ ଭାବେ ନିଜର ଏକ ପରିଚୟ ସୃଷ୍ଟି କରିବାରେ ହୋଇଛନ୍ତି ସକ୍ଷମ। ସେ ହେଉଛନ୍ତି ନୟାଗଡ଼ ଜିଲା ଶରଣକୁଳ ଭିକାରୀପଡା ଗ୍ରାମର ମାଆ ଚଞ୍ଚଳା ଓ ବାପା ପ୍ରଫୁଲ୍ଲ ନାୟକଙ୍କ ପୁଅ ବାପିନା। ଜନ୍ମରୁ ସେ ଦୃଷ୍ଟିବାଧିତ। ଏଣେ ପରିବାରର ଆର୍ଥିକ ପରିସ୍ଥିତି ମଧ୍ୟ ନ ଥିଲା ସ୍ବଚ୍ଛଳ। ତଥାପି ଅଭାବ, ଅନଟନ ଓ ଅନେକ ବାଧାବିଘ୍ନ ସତ୍ତ୍ୱେ ସେ ନିଜକୁ ମାନସିକସ୍ତରରେ ଦୃଢ଼ ରଖି ରାଜ୍ୟର ପ୍ରଥମ ଦୃଷ୍ଟିବାଧିତ ପାରାସେଲର ଏବଂ ପର୍ବତାରୋହୀ ଭାବେ ଇତିହାସ ସୃଷ୍ଟି କରିପାରିଛନ୍ତି। ଆଉ ନା କେବଳ ଦିବ୍ୟାଙ୍ଗମାନଙ୍କ ପାଇଁ ବରଂ ସମସ୍ତ ଯୁବପିଢ଼ିଙ୍କ ପାଇଁ ପାଲଟିଛନ୍ତି ଉଦାହରଣ। ପିଲାଦିନୁ ଆକାଶରେ ଉଡ଼ିବାକୁ ନେଇ ସେ ସ୍ବପ୍ନ ଦେଖୁଥିଲେ। ଏଥିପାଇଁ ପାରାଚ୍ୟୁଟ୍‌ରେ ଉଡ଼ିବା ତାଲିମ ମଧ୍ୟ ନେଲେ। ନିକଟରେ ବଙ୍ଗୋପସାଗରର ଚନ୍ଦ୍ରଭାଗା ମୁହାଣରେ ସମୁଦ୍ର ପତନଠାରୁ ୩୩୦ ଫୁଟ୍‌ ଉଚ୍ଚତାରେ ଏକାକୀ ଉଡ଼ି ରେକର୍ଡ ସୃଷ୍ଟି କରିଛନ୍ତି। ସେହିପରି ଚନ୍ଦକା- ଡମପଡା ହସ୍ତୀ ଅଭୟାରଣ୍ୟ ଘେର ମଧ୍ୟରେ ଥିବା ୧୧୦୦ ଫୁଟ୍‌ ଉଚ୍ଚତା କନ୍ଦଳେଇ ପାହାଡ଼ରେ ସଫଳତାର ସହ ଚଢ଼ି ଶିଖରରେ ଜାତୀୟ ପତାକା ଉଡ଼ାଇ ଇତିହାସ ରଚିଛନ୍ତି। କ୍ରିକେଟ୍‌ ଏବଂ ଫୁଟ୍‌ବଲ୍‌ ଖେଳିବାରେ ମଧ୍ୟ ତାଙ୍କର ବିଶେଷ ରୁଚି ରହିଛି। ଏହାବ୍ୟତୀତ ଦୃଷ୍ଟିହୀନଙ୍କ ବିକାଶ ନିମନ୍ତେ କାର୍ଯ୍ୟ କରୁଥିବା ସାମାଜିକ ଅନୁଷ୍ଠାନ ‘ବୁଲ୍ସ ଆଇ’ର ସମ୍ପାଦକ ଭାବେ ସେ କାର୍ଯ୍ୟ ମଧ୍ୟ କରୁଛନ୍ତି। ତାଙ୍କର ଏଭଳି ସଫଳତା ପାଇଁ ସ୍ଥାନୀୟ ବିଧାୟକଙ୍କ ଠାରୁ ଆରମ୍ଭ କରି ରାଜ୍ୟର ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ମିଳିଛି ପ୍ରଶଂସା ଓ ପୁରସ୍କାର। ନିଜର ସମସ୍ତ ସଫଳତାର ଶ୍ରେୟ ଅଭିଭାବକ, ସାମାଜିକ କର୍ମୀ ସୁଶାନ୍ତ ସାହୁ ଏବଂ କୋଚ ତ୍ରିଲୋଚନ ବେଉରାଙ୍କୁ ଦେଉଥିବା ବାପିନା ଚଳିତବର୍ଷ ସ୍ନାତକଡିଗ୍ରୀ ହାସଲ କରିବା ପରେ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଆଗକୁ ଆହୁରି ଦୁଃସାହସିକ କାର୍ଯ୍ୟ କରି ଜଣେ ଦିବ୍ୟାଙ୍ଗ ବି ସବୁ କରିପାରିବେ ଏକଥା ପ୍ରମାଣିତ କରିବାର ଲକ୍ଷ୍ୟ ରଖି ଆଗେଇ ଚାଲିଛନ୍ତି।
– ସୁବାସ ଚନ୍ଦ୍ର ପ୍ରଧାନ


Enter your email to get our daily news in your inbox.

All Right Reserved By Dharitri.Com

ଗୁଜରାଟରେ ବାୟୁସେନା ଲଢୁଆ ବିମାନ ଦୁର୍ଘଟଣଗ୍ରସ୍ଥ, ସମଗ୍ର ଅଞ୍ଚଳରେ ଖେଳିଗଲା ନିଆଁ

ଜାମନଗର,୨।୪: ଗୁଜରାଟ ଜାମନଗରରେ ବାୟୁସେନା ଲଢୁଆ ବିମାନ ଜାଗୁଆର ଦୁର୍ଘଟଣଗ୍ରସ୍ଥ ହୋଇଛି। ରକ୍ଷା ମନ୍ତ୍ରଣାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଦୁର୍ଘଟଣା ସୁବରଡ଼ା ଗାଁ’ରେ...

ସିଏଜିଙ୍କ ହାତରେ ଖଣି ଦୁର୍ନୀତି: ସରକାରଙ୍କ ବିପୁଳ ପରିମାଣର ରାଜସ୍ବ ହାନି

ଭୁବନେଶ୍ୱର,୨ା୪(ରବିନାରାୟଣ ଜେନା): ରାଜ୍ୟରେ ଗତ ୨୨ ବର୍ଷରେ ଖଣିଜ ଅଞ୍ଚଳରେ ଲିଜ୍‌ଧାରୀମାନେ କିଭଳି ମନଇଚ୍ଛା ଖଣିଜ ପଦାର୍ଥ ଉତ୍ତୋଳନ କରିଛନ୍ତି ତା’ର ଦସ୍ତାବିଜ୍‌ ରାଜ୍ୟ ମହାଲେଖାକାରଙ୍କ...

Breaking: ଲୋକପ୍ରିୟ ଗାୟକ ହଂସରାଜ ହଂସଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼, ଆଖି ବୁଜିଲେ ପତ୍ନୀ

ମୁମ୍ବାଇ: ଲୋକପ୍ରିୟ ଗାୟକ ହଂସରାଜ ହଂସଙ୍କ ଉପରେ ଦୁଃଖର ପାହାଡ଼ ଭାଙ୍ଗିଛି। ତାଙ୍କ ପତ୍ନୀ ରେଶମ କୌରଙ୍କ ଦେହାନ୍ତ ହୋଇଯାଇଛି। ସେ ବହୁତ ଦିନ ଧରି...

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ, ଲକ୍ଷେ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ

ଭୁବନେଶ୍ୱର,୨।୪: ଗ୍ରାମୀଣ କାର୍ଯ୍ୟ ବିଭାଗର ସହକାରୀ ଯନ୍ତ୍ରୀ କାମ ବିଲ୍ ପରିଶୋଧ କରିବା ପାଇଁ ଲାଞ୍ଚ ଦାବି ଏବଂ ଗ୍ରହଣ କରୁଥିବା ସମୟରେ ଓଡ଼ିଶା ଭିଜିଲାନ୍ସ...

Japan Earthquake: ଭୂକମ୍ପ ଝଟ୍‌କାରେ ପୁଣି ଥରିଲା ଜାପାନ, ୬.୦ ତୀବ୍ରତା ଯୋଗୁ ଲୋକେ ଆତଙ୍କିତ

ଟୋକିଓ,୨।୪: ମଙ୍ଗଳବାର ରାତିରେ ଜାପାନର କ୍ୟୁଶୁ ଦ୍ୱୀପରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ନ୍ୟାଶନାଲ ସେଣ୍ଟର ଫର୍‌ ସିସମୋଲୋଜି (NCS) ଅନୁଯାୟୀ, ରିକ୍ଟର ସ୍କେଲରେ...

ସାବଧାନ! ଆଇସକ୍ରିମ-କୋଲ୍ଡ ଡ୍ରିଙ୍କ୍ସରେ ମିଳିଲା ଡିଟରଜେଣ୍ଟ ପାଉଡର, ହାଡ଼ ଦୁର୍ବଳ କରୁଥିବା ରାସାୟନିକ ପଦାର୍ଥ

କଟକ,୨।୪: କର୍ଣ୍ଣାଟକର ଖାଦ୍ୟ ସୁରକ୍ଷା ଏବଂ ଔଷଧ ପ୍ରଶାସନ ବିଭାଗ (FDA) ଦ୍ୱାରା ଏକ ଆଶ୍ଚର୍ଯ୍ୟଜନକ ଖାଦ୍ୟ ସୁରକ୍ଷା ତଦନ୍ତରେ ବେଙ୍ଗାଲୁରୁରେ ଆଇସକ୍ରିମ ଏବଂ ଥଣ୍ଡା...

ବେଆଇନ ମଦ କାରବାର ବିରୋଧରେ ଜନ ଆନ୍ଦୋଳନ: ୪ ମଦ ଦୋକାନ ସିଲ କଲା ପୋଲିସ

ଦିଗପହଣ୍ଡି/ସାନଖେମୁଣ୍ଡି,୨।୪(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମର ମେଡ଼ିକାଲ ଛକ, ବଜାର ଛକ ସମେତ ଗାଁ’ର ଗଳିକନ୍ଦିରେ ବେଆଇନ ଭାବେ...

ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପରେ ତାଲା: ତେଜିଲା ଚାଷୀ ଅସନ୍ତୋଷ, ଆନ୍ଦୋଳନ ଚେତାବନୀ

ବରଗଡ଼, ୨।୪(ପ୍ରେମାନନ୍ଦ ଖମାରୀ) – ଅଣଜଳସେଚିତ ଅଞ୍ଚଳର ଚାଷଜମିକୁ ପାଣି ମଡାଇବା ପାଇଁ ପାର୍ବତୀ ଗିରି ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲା। ମାତ୍ର ଜିଲାର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image