ସାହସୀ ଝିଅ ଶ୍ରଦ୍ଧା

ଶ୍ରଦ୍ଧା କପୁର ଖୁବ୍‌ଶିଘ୍ର ନିଜ ଆଗାମୀ ପ୍ରୋଜେକ୍ଟ୍‌ କାମ ଆରମ୍ଭ କରିବାକୁ ଯାଉଛନ୍ତି। ସେ କରିଥିବା ସବୁ ଫିଲ୍ମ ଆପେକ୍ଷା ଏହି ଫିଲ୍ମର କାହାଣୀ ସାଙ୍ଗକୁ ଶ୍ରଦ୍ଧା ଏକ ଭିନ୍ନ ଚରିତ୍ରରେ ନଜରକୁ ଆସିବେ। ଜମ୍ମୁ କଶ୍ମୀରର ସାହସୀ ଝିଅ ରୁଖସାର କେଉସରଙ୍କ ଭୂମିକାରେ ବଲିଉଡ୍‌ ନାୟିକା ଅଭିନୟ କରିବେ । ୨୦୦୯ ସେପ୍ଟେମ୍ବରରେ ଜମୁ-କଶ୍ମୀରରେ ଲକ୍ସର-ଇ-ତୋଇବାର ଆତଙ୍କବାଦୀଙ୍କୁ ମାରିଥିବା ରୁଖସାର କଉସରଙ୍କ ଭୂମିକାରେ ନଜରକୁ ଆସିବେ ଶ୍ରଦ୍ଧା। କେତେଜଣ ଆତଙ୍କବାଦୀ ରୁଖସାରଙ୍କ ଘରେ ଲୁଚିବା ପାଇଁ ଆଶ୍ରୟ ଖୋଜୁଥିବାବେଳେ ରୁଖସାର ଏବଂ ତାଙ୍କ ଭାଇ ମିଶି ଆତଙ୍କବାଦୀଙ୍କୁ ସେମାନଙ୍କ ଗୁଳିରେ ହତ୍ୟା କରିଥିଲେ। ରୁଖସାରଙ୍କ ଚରିତ୍ର ପାଇଁ କମ୍‌ ବୟସ୍କ ଦେଖାଯାଉଥିବା ଜଣେ ନାୟିକାଙ୍କ ଆବଶ୍ୟକତା ଥିବାବେଳେ ଏଥିଲାଗି ଶ୍ରଦ୍ଧା ପୁରା ଫିଟ୍‌ ବୋଲି କୁହାଯାଉଛି। ତେବେ ଏହି ଫିଲ୍ମ ଟାଇଟଲ ବର୍ତ୍ତମାନ ସୁଦ୍ଧା ଫାଇନାଲ ହୋଇନାହିଁ। ନିକଟରେ ରିଲିଜ୍‌ ହୋଇଥିବା ‘ଭେଡିଆ’ ରେ ଶ୍ରଦ୍ଧା କମିଓ ରୋଲ୍‌ କରିଥିବାବେଳେ ଆଗକୁ ଅମର କୌଶିକଙ୍କ ଫିଲ୍ମ ‘ସ୍ତ୍ରୀ ୨’ରେ ଶ୍ରଦ୍ଧା ଅଭିନୟ କରିବେ।

Share