Categories: ଜାତୀୟ

ଝିଅର ଜୀବନ ବଞ୍ଚାଇବା ପାଇଁ ଚିତାବାଘ ସହ ଲଢିଲେ ମା’

ପୁଣେ,୧୮।୭: ମହାରାଷ୍ଟ୍ରର ଚନ୍ଦ୍ରପୁର ଅଞ୍ଚଳରେ ଏକ ଲୋକ ଟାଙ୍କୁରା ଘଟଣା ଘଟିଛି। ନିଜ ୫ ବର୍ଷର ଝିଅକୁ ବଞ୍ଚାଇବା ପାଇଁ ମା’ ଏକ ଚିତାବାଘ ସହ ଲଢିଛନ୍ତି। ଚିତାବାଘ କବଳରୁ ଝିଅକୁ ଉଦ୍ଧାର ପାଇଁ ସାହାସୀ ମା’ ଜଣଙ୍କ ଠେଙ୍ଗାର ସହାୟତା ନେଇଥିଲେ। ମା’ଙ୍କ ମମତା ଆଗରେ ଚିତାବାଘ ବି ହାର୍‌ ମାନି ଯାଇଥିଲା ଏବଂ ଶେଷରେ ଝିଅକୁ ଛାଡି ପଳାଇଥିଲା। ସୂଚନାଯୋଗ୍ୟ, ଚନ୍ଦ୍ରପୁର ସହରର ଜୁନୋନା ଗ୍ରାମର ଅର୍ଚ୍ଚନା ମେଶ୍ରାମ ନିଜ ଝିଅକୁ ଧରି ଜଙ୍ଗଲକୁ ଯାଇଥିଲେ। ଫଳ ଆଣିବାବେଳେ ଝିଅ ପ୍ରାଜକ୍ତା ନିଜ ମା’ଙ୍କଠାରୁ କିଛି ଦୂରରେ ଥିଲେ। ପୂର୍ବରୁ ସୋଂରେ ଥିବା ଚିତାବାଘ ହଠାତ୍‌ ଝିଅଟି ଉପରେ ଆକ୍ରମଣ କରିଥିଲା। ଚିତାବାଘ ଝିଅଟିର ମୁଣ୍ଡକୁ ଧରିଥିଲା। ଏହାଦେଖି ଅର୍ଚ୍ଚନାଙ୍କ ହୋସ୍‌ ଉଡିଯାଇଥିଲା। ସେ ଧୈର୍ଯ୍ୟ ଧରି ଚିତାବାଘ ସହ ଲଢିଥିଲେ। ସେଠାରେ ପଡିଥିବା ଏକ ଠେଙ୍ଗା ଧରି ଚିତାବାଘ ଉପରକୁ ଆକ୍ରମଣ କରିଥିଲେ ଅର୍ଚ୍ଚନା। ଏହାପରେ ଚିତାବାଘ ଝିଅଟିକୁ ଛାଡିଦେଇଥିଲା କିନ୍ତୁ ମହିଳାଙ୍କୁ ଉପରକୁ ଆକ୍ରମଣ କରିଥିଲା। ଏହି ସମୟରେ ଚିତାବାଘ ପୁଣିଥରେ କୁନି ଝିଅଟିକୁ ଆକ୍ରମଣ କରି ସେଠାରୁ ନେଇଯାଇଥିଲା। ମହିଳାଙ୍କ ଜଣଙ୍କ ସାହାସ ନ ହରାଇ ଠେଙ୍ଗା ଧରି ଚିତାବାଘ ପଛେ ପଛେ ଯାଇଥିଲେ। ଲଗାତାର ଠେଙ୍ଗାରେ ତାକୁ ଆକ୍ରମଣ କରିଚାଲିଥିଲେ। ଶେଷରେ ଚିତାବାଘ ଝିଅଟିକୁ ଛାଡିଦେଇଥିଲା। ଏହାପରେ ଉଭୟ ମହିଳା ଏବଂ ଝିଅଟିକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Share