ଶାରଜା,୨୪।୯: ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)କୁ ଭଲ ଆରମ୍ଭ ଦେଇଥିଲେ ଅଧିନାୟକ ବିରାଟ କୋହଲି ଓ ଦେବଦତ୍ତ ପାଡିକଲ। ଦୁହେଁ ୧୩ ଓଭରରେ ୧୧୧ ରନ୍ କରିଥିଲେ। ଏହାପରେ ଆରସିବିର ମଧ୍ୟକ୍ରମର ଦୁର୍ବୃଳତା ପଦାରେ ପକାଇ ଦେଇଥିଲେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ)ର ବୋଲରମାନେ। ଅନ୍ତିମ ୪ ଓଭରରେ ୫ ଉଇକେଟ ହରାଇବାରୁ ଆରସିବି ଦଳୀୟ ସ୍କୋରରେ ମାତ୍ର ୨୫ ରନ୍ ଯୋଡ଼ିପାରିଥିଲା। ଫଳରେ ୨୦ ଓଭରରେ ୬ ଉଇକେଟ ହରାଇ ୧୫୬ ରନ୍ କରିବାକୁ ସକ୍ଷମ ହୋଇଥିଲା ବାଙ୍ଗାଲୋର। ସିଏସ୍କେ ପାଇଁ ଡ୍ବେନ ବ୍ରାଭୋ ୩ ଉଇକେଟ ନେଇଥିବାବେଳେ ଶାର୍ଦ୍ଦୁଳ ଠାକୁର ହାତେଇଥିଲେ ୨ ଉଇକେଟ।