କୋଠା ଭୁଶୁଡି ୮ମୃତ, ୫ନିଖୋଜ

ବ୍ରାସିଲା,୮।୭: ବ୍ରାଜିଲର ଉତ୍ତର-ପୂର୍ବ ରାଜ୍ୟ ପର୍ନାମ୍ବକୋରେ ଏକ କୋଠା ଭୁଶୁଡ଼ିବା ଘଟଣାରେ ଆଠ ଜଣଙ୍କର ମୃତ୍ୟୁ ହୋଇଛି। ଘଟଣାରେ ପାଞ୍ଚ ଜଣ ନିଖୋଜ ଥିବା ଜଣାପଡିଛି। ନାଗରିକ ସୁରକ୍ଷା ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ଦୁର୍ଘଟଣାର କାରଣ ଏଯାଏଁ ଜଣାପଡି ନାହିଁ। ୧୫ଲକ୍ଷ ଲୋକ ବାସ କରୁଥିବା ତଟୀୟ ସହର ରୋସିକ ଲଗାଣ ବର୍ଷାରେ ହନ୍ତସନ୍ତ ହୋଇଛି।

Share