ବ୍ରାଜିଲରେ ପ୍ରଥମ‘ମଙ୍କିପକ୍ସ’ଆକ୍ରାନ୍ତଙ୍କ ମୃତ୍ୟୁ

ବ୍ରାସିଲିଆ,୩୦।୭: କରୋନା ପରେ ଏବେ ଧିରେ ଧିରେ କାୟା ମେଲାଉଛି ‘ମଙ୍କିପକ୍ସ’ସଂକ୍ରମଣ। ଏହାରି ଭିତରେ ବ୍ରାଜିଲରେ ପ୍ରଥମ‘ମଙ୍କିପକ୍ସ’ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ୪୧ ବର୍ଷୀୟ ପୁରୁଷ ବୋଲି ଜଣାପଡ଼ିଛି। ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନାନୁଯାୟୀ, ଏହି ମଙ୍କିପକ୍ସ ଆକ୍ରାନ୍ତ ଜଣଙ୍କ କ୍ୟାନ୍‌ସରରେ ପୀଡିତ ଥିଲେ। ସେ ବ୍ରାଜିଲର ବେଲୋ ହୋରିଜୋଣ୍ଟେ ନାମକ ଏକ ସରକାରୀ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ପରେ ମଙ୍କିପକ୍ସ ଭୂତାଣୁରେ ସଂକ୍ରମିତ ହେବା ଯୋଗୁଁ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଥିଲା। ଶେଷରେ ଶୁକ୍ରବାର ଦିନ ତାଙ୍କର ମୃତ୍ୟୁ ଘଟିଛି । ବୁଧବାର ସୁଦ୍ଧା ବ୍ରାଜିଲରେ ମୋଟ ୯୭୮ଟି ମଙ୍କିପକ୍ସ ମାମଲା ରହିଥିବା ସୂଚନା ଦିଆଯାଇଛି ।

Share