ସଂସଦ ଭବନରେ ଧସେଇ ପଶିଲେ ପୂର୍ବତନ ରାଷ୍ଟ୍ରପତି ବୋଲସୋନାରୋଙ୍କ ସମର୍ଥକ

ବ୍ରାସିଲିଆ,୯ ।୧: ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି ଜାୟର ବୋଲସୋନାରୋଙ୍କ ସମର୍ଥକ ରାଜଧାନୀ ବ୍ରାସିଲିଆରେ ପୁଣିଥରେ ହଙ୍ଗାମା କରିଥିବା ଦେଖାଯାଇଛି । ଗତ ସପ୍ତାହରେ ଲୁଇଜ ଇନାସିଓ ଲୁଲା ଡି ସିଲଭା ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଏହାକୁ ବିରୋଧକରି ପ୍ରଦର୍ଶନକାରୀ ପୋଲିସ ବାରିକେଡକୁ ଭାଙ୍ଗି କଂଗ୍ରେସ(ସଂସଦ ଭବନ), ରାଷ୍ଟ୍ରପତି ଭବନ ଓ ସୁପ୍ରିମ କୋର୍ଟରେ ପସି ଯାଇଥିଲେ । ଏମିତି ପରିସ୍ଥିତି ୨୦୨୧ରେ ଆମେରିକାରେ ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକମାନେ କରିଥିଲେ । ଯେଉଁମାନେ ୟୁଏସ କ୍ୟାପିଟାଲ ଉପରେ ୬ ଜାନୁୟାରୀରେ ଆକ୍ରମଣ କରିଦେଇଥିଲେ, ଯେଉଁଥିରେ କେତେଜଣ କର୍ମୀଙ୍କ ଜୀବନ ଯାଉ ଯାଉ ବଞ୍ଚି ଯାଇଥିଲା ।
ବ୍ରାସିଲିଆରେ ପ୍ରଦର୍ଶନକାରୀ ସବୁଜ ଓ ହଳଦିଆ ରଙ୍ଗର କପଡ଼ା ପିନ୍ଧିଥିଲେ । ଏମାନଙ୍କ ମଧ୍ୟରୁ ଗୋଟିଏ ଗୋଷ୍ଠୀର ଲୋକେ ସଦନ ଅଧ୍ୟକ୍ଷଙ୍କ ଆସନ ଉପରକୁ ଚଢି ଯାଇଥିଲେ ଓ ତାଙ୍କ ପାଖରେ ଜମା ହୋଇଯାଇଥିଲେ । ଏକ ଭିଡିଓରେ ଦେଖାଯାଇଛି କି ପ୍ରଦର୍ଶନକାରୀ ସ୍ପିକରଙ୍କ ଡାଏସ ଉପରେ ଚଢିଯିବା ସହ ମାଇକ ଭାଙ୍ଗିଥିଲେ । ଏକ ଭିଡିଓରେ ବାହାରେ ଭିଡକୁ ଦେଖି ପୋଲିସ ଏମାନଙ୍କୁ ଘୋଷାଡି ତଳେ ପକାଇ ଦେଉଥିବା ଦେଖାଯାଇଛି ।

Share