ସହରରେ ବନ୍ୟା ପରିସ୍ଥିତି, ଗଲାଣି ୨୨ ଜୀବନ

ବ୍ରାସିଲିଆ,୬।୯: ବ୍ରାଜିଲରେ ଗତ କିଛି ଦିନ ହେବ ସାଇକ୍ଲୋନିକ ବର୍ଷା ହେତୁ ଜନଜୀବନ ବ୍ୟାହତ ହୋଇଛି। ଦେଶରେ ପ୍ରବଳ ବର୍ଷା ହେତୁ ୨୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ସହରଗୁଡ଼ିକ ବନ୍ୟା ପରିସ୍ଥିତିରେ ସୃଷ୍ଟି ହୋଇଛି। ଦକ୍ଷିଣ ବ୍ରାଜିଲକୁ ସାଇକ୍ଲୋନିକ ଝଡ ପ୍ରଭାବିତ କରୁଛି ବୋଲି ଅଧିକାରୀମାନେ ମଙ୍ଗଳବାର କହିଛନ୍ତି। ଏହି କାରଣରୁ, ଏଠାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି, ନଦୀଗୁଡିକର ଜଳସ୍ତର ବୃଦ୍ଧି ପାଉଛି ।

ବ୍ରାଜିଲୀୟମାନେ ବନ୍ୟା ଜଳରୁ ରକ୍ଷା ପାଇବା ପାଇଁ ସେମାନଙ୍କର ଜିନିଷକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରୁଛନ୍ତି।
ସ୍ଥାନୀୟ ଅଧିକାରୀଙ୍କ ଅନୁଯାୟୀ, ଜିଲର ଦକ୍ଷିଣ ରାଜ୍ୟ ରିଓ ଗ୍ରାଣ୍ଡେ ସୁଲରେ ୨୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପଡୋଶୀ ରାଜ୍ୟ ସାନ୍ତା କାଟାରିନାରେ ଏକ ମୃତ୍ୟୁ ନିଶ୍ଚିତ ହୋଇଛି।

Share