ଅନ୍ତଃବସ୍ତ୍ରରେ କରୋନା ପାଣ୍ଠି ଟଙ୍କା ଲୁଚାଇଥିଲେ ଏମ୍‌ପି

ମସ୍କୋ,୧୮।୧୦:ଗୋଟିଏ ପଟେ ସମଗ୍ର ବିଶ୍ୱ କରୋନା ଭାଇରସ ମହାମାରୀ ସହ ସଂଘର୍ଷ କରୁଥିବାବେଳେ ରୁଷରେ କରୋନା ପାଣ୍ଠି ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗର ଅନୁସନ୍ଧାନ ବେଳେ ବ୍ରାଜିଲ ଦୁର୍ନୀତି ନିବାରଣ ୟୁନିଟ ଜଣେ ଏମ୍‌ପିଙ୍କୁ ଗିରଫ କରିଛି। ଅନୁସନ୍ଧାନକାରୀ ସଂସ୍ଥା ପକ୍ଷରୁ ଚଢାଉବେଳେ ଏମ୍‌ପି ଚିକୋ ରୋଡ୍ରିଗ୍ସ ତାଙ୍କ ଅନ୍ତଃବସ୍ତ୍ରରେ କରୋନା ପାଣ୍ଠି ଟଙ୍କା ଲୁଚାଇଥିବା ଜଣାପଡିଥିଲା। ସେ ଜାୟର ବୋଲସନାରୋଙ୍କ ଦଳର ଏମ୍‌ପି। ବ୍ରାଜିଲ ଦୁର୍ନୀତି ନିବାରଣ ୟୁନିଟ ଜଣେ ଅଧିକାରୀ କହିଛନ୍ତି ଯେ ଅନୁସନ୍ଧାନ ବେଳେ ଏମ୍‌ପିଙ୍କ ଅନ୍ତଃବସ୍ତ୍ରରୁ ବିପୁଳ ପରିମାଣର ଅର୍ଥ ବାହାରିଛି। ଭାରତୀୟ ମୁଦ୍ରାରେ ଏହା ପ୍ରାୟ ୩ ଲକ୍ଷ ୮୮ ହଜାର ଟଙ୍କା ହେବ ବୋଲି ଜଣାପଡିଛି। ଚିକୋ ରୋଡ୍ରିଗ୍ସଙ୍କ ନାଁରେ କୋଭିଡ -୧୯ ସହିତ ମୁକାବିଲା ପାଇଁ ଆବଣ୍ଟିତ ପାଣ୍ଠି ଦୁର୍ନୀତି ଅଭିଯୋଗ ହୋଇଥିଲା। ଗିରଫ ପରେ ଚିକୋ ରୋଡ୍ରିଗୁସ କହିଛନ୍ତି ଯେ ଏହା ତାଙ୍କ ସହ ଏକ ଷଡଯନ୍ତ୍ର, କିନ୍ତୁ ସେ କିଛି ଭୁଲ କରିନାହାଁନ୍ତି। ଚିକୋ ମଧ୍ୟ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି।

Share