ମଣିଷକୁ ଜିଅନ୍ତା ଚୋବାଇଦେଲା Piranhas ମାଛ, ଉଦ୍ଧାର ହେଲା କେବଳ କଙ୍କାଳ

ରୋଣ୍ଡାନିଆ,୧୩।୧: ଦୁନିଆରେ ମଣିଷକୁ ସର୍ବାହାରୀ ପ୍ରାଣୀ ବୋଲି କୁହାଯାଇଥାଏ। କେବଳ ନିରାମିଷ ନୁହେଁ ମଣିଷ ଆମିଷ ମଧ୍ୟ ଭକ୍ଷଣ କରିଥାଏ। ଆମିଷ ମଧ୍ୟରେ ମାଛ-ମାଂସ ଠାରୁ ଆରମ୍ଭ କରି ଅଣ୍ଡା, ଚିଙ୍ଗୁଡି ଓ କଙ୍କଡା ଆଦିକୁ ସମାଜ ଆହାର ଭାବେ ଗ୍ରହଣ କରେ। ହେଲେ କେବେ ଖାଦ୍ୟ ଖାଦକକୁ ଖାଉଥିବାର ଶୁଣିଛନ୍ତି କି? ଅର୍ଥାତ୍‌ ମାଛ ମଣିଷ ଖାଇଦେବା। ଅଶ୍ଚର୍ଯ୍ୟ ଲାଗୁଥିଲେ ବି ନିକଟରେ ଏପରି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି।

ଘଟଣା ଅନୁଯାୟୀ, ବ୍ରାଜିଲର କୋଷ୍ଟା ମାର୍କସ ରୋଣ୍ଡୋନିଆ ରାଜ୍ୟରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ୪୬ବର୍ଷିୟ ବ୍ୟକ୍ତିଙ୍କୁ ପିରାନାହ ମାଛ ଅତି ହ୍ରିଂସ ଭାବରେ ଖାଇଦେଇଛି।

କିଛି ଦିନ ପୂର୍ବରୁ, ୪୬ ବର୍ଷିୟ ଓଡାୟର ରାଶ ନାମକ ନାଉରିଆ ଡଙ୍ଗାରେ କିଛି ଗୋରୁ ନେଇ ଯାଉଥିଲେ। କିଛି ବାଟ ଯିବା ପରେ ସେ ନଈ ମଝିରେ ଅଦୃଶ୍ୟ ହୋଇଯାଇଥିଲେ। ନୂଆ ବର୍ଷ ଦିନ ସ୍ଥାନୀୟ ଲୋକ ନଦୀରେ ରାଶଙ୍କ ପୋଷାକ ଏବଂ କଙ୍କାଳ ପାଇଥିଲେ। ଯାହାକୁ ଦେଖି ଲୋକଙ୍କ ରୁମ ଟାଙ୍କୁରି ଉଠିଥିଲା। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଲୋକେ ପ୍ରଥମେ ରାଶଙ୍କ ଓ ଗୋରୁଙ୍କର ଅବଶେଷ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ନାଉରିଆ ରାଶଙ୍କର ନଈରୁ ମିଳିଥିବା କଙ୍କାଳଟି ପୋଷାକ ପିନ୍ଧିଥିଲା। ଅର୍ଥାତ୍‌ ତାଙ୍କର ମାଂସ ସହ ଆଭ୍ୟନ୍ତରୀଣ ଅଙ୍ଗକୁ Piranhas ମାଛ ଖାଇ ଦେଇଥିଲା। ମିଳିଥିବା ଅବଶେଷରେ ରାଶଙ୍କ ହାତରେ କିଛି ଚମଡା ଲାଗିବା ସହ କଙ୍କାଳରେ ଅଧା ଚୁଟି ଲାଗିଥିଲା। Piranhas ମାଛର ଏପରି ହିଂସ୍ର ଆକ୍ରମଣର ଲୋମହର୍ଷଣକାରୀ ଦୃଶ୍ୟ ଦେଖି ସ୍ଥାନୀୟ ଲୋକ ମଧ୍ୟ ଥରି ଉଠିଥିଲେ।
ମୃତଦେହକୁ ଯେତେବେଳେ ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା ବୈଜ୍ଞାନିକମାନେ Piranhas ମାଛ ଏପରି କରିଥିବା ଜାଣିବାକୁ ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିନକୁ ୮,୦୦୦,୦୦,୦୦ ଟଙ୍କା ବାଣ୍ଟୁଛନ୍ତି ଏଲୋନ ମସ୍କ; ଏହି ସର୍ତ୍ତକୁ ପୂରଣ କଲେ ହୋଇଯିବେ କୋଟିପତି…

ଲଣ୍ଡନ,୨୨।୧୦: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଟେସ୍‌ଲା ଏବଂ ସ୍ପେସ୍‌ ଏକ୍ସ ମାଲିକ ଏଲୋନ ମସ୍କ ଏଭଳି ଏକ ଘୋଷଣା କରିଛନ୍ତି, ଯାହାକି କୋଟିପତି ହେବାର...

ରୁଷିଆ ମାଟିରୁ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି

ମସ୍କୋ,୨୨।୧୦: ବ୍ରିକ୍ସ ସମ୍ମିଳନୀ ୨୦୨୪ରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରୁଷିଆର କଜାନରେ ପହଞ୍ଚିଛନ୍ତି। କଜାନରେ ପହଞ୍ଚିବା ପରେ ରୁଷୀୟ କଳାକାରମାନେ...

ମୋଦିଙ୍କୁ ଭେଟିବା ପରେ ଏମିତି କଥା କହିଦେଲେ ପୁଟିନ

ମସ୍କୋ,୨୨।୧୦: ବ୍ରିକ୍ସ ସମ୍ମିଳନୀ ୨୦୨୪ରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରୁଷିଆ କଜାନରେ ପହଞ୍ଚିଛନ୍ତି। କଜାନରେ ପହଞ୍ଚିବା ପରେ ରୁଷୀୟ କଳାକାରମାନେ...

ରୁଷିଆରେ ପହଞ୍ଚିଲେ ମୋଦି: କୃଷ୍ଣ ଭଜନ ଗାଇ କରାଗଲା ଭବ୍ୟ ସ୍ବାଗତ

ମସ୍କୋ,୨୨।୧୦: ବ୍ରିକ୍ସ ସମ୍ମିଳନୀ ୨୦୨୪ରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରୁଷିଆ କଜାନରେ ପହଞ୍ଚିଛନ୍ତି। କାଜାନରେ ପହଞ୍ଚିବା ପରେ ରୁଷୀୟ କଳାକାରମାନେ...

ଏବେବି ବାଂଲାଦେଶର ପ୍ରଧାନମନ୍ତ୍ରୀ ଅଛନ୍ତି ଶେଖ ହାସିନା! ରାଷ୍ଟ୍ରପତିଙ୍କ ଦାବିକୁ ନେଇ ବଢୁଛି ରାଜନୈତିକ ଉଷ୍ମତା

ଢାକା,୨୨।୧୦: ବାଂଲାଦେଶ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ କହିଛନ୍ତି ଯେ ଶେଖ ହାସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାର କୌଣସି ଡକ୍ୟୁମେଣ୍ଟାରୀ ପ୍ରମାଣ ନାହିଁ। ବାଂଲାଦେଶରେ ତତ୍କାଳୀନ...

ରୁଷିଆ ଯିବା ପୂର୍ବରୁ ସାରା ବିଶ୍ୱକୁ ଏମିତି ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୨।୧୦: ୧୬ତମ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ରୁଷିଆର କଜାନ ଅଭିମୁଖେ ବାହାରିଛନ୍ତି। ସେ ସକାଳ ପ୍ରାୟ ୭.୪୦ ସମୟରେ...

ହସ୍ପିଟାଲ ତଳେ ନଗଦ ସୁନା ଲୁଚାଇ ରଖିଛି ହେଜବୋଲ୍ଲା!

ଜେରୁଜେଲମ,୨୨।୧୦: ଏକ ବର୍ଷରୁ ଅଧିକ ସମୟ ଧରି ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଚାଲିଛି। ଏହି ସମୟରେ, ଏହି ଯୁଦ୍ଧର ନିଆଁ ଲେବାନାନ ଏବଂ...

ସ୍ତ୍ରୀଙ୍କୁ କାର୍‌ରେ ଦେଶ ବୁଲାଉଛନ୍ତି

ନୋଏଡା: ଉତ୍ତର ପ୍ରଦେଶର ନୋଏଡାରେ ରହୁଥିବା ଅବସରପ୍ରାପ୍ତ ଅଜୟ ତୋମାର (୬୨) ଓ ତାଙ୍କ ସ୍ତ୍ରୀ ସୁନୀତା ତୋମାର(୫୮) ସେମାନଙ୍କ କାର୍‌ରେ ସାରା ଭାରତ ଭ୍ରମଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri