ଭାବୁକ ହେଲେ ବ୍ରାଜିଲ ରାଷ୍ଟ୍ରପତି

ନୂଆଦିଲ୍ଲୀ/ବ୍ରାସିଲିଆ,୧୦।୯: ଜି -୨୦ ଶିଖର ସମ୍ମିଳନୀର ଶେଷ ଦିନରେ ବ୍ରାଜିଲର ରାଷ୍ଟ୍ରପତି ଲୁଇଜ ଇନାସିଓ କହିଛନ୍ତି, ଯେତେବେଳେ ଆମେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଯାଇଥିଲୁ ସେତେବେଳେ ମୁଁ ଅତ୍ୟନ୍ତ ଭାବପ୍ରବଣ ହୋଇ ଯାଇଥିଲି। ମୋର ରାଜନୈତିକ ଜୀବନରେ ମହାତ୍ମା ଗାନ୍ଧୀଙ୍କ ମହତ୍ୱ ରହିଛି କାରଣ ମୁଁ ବହୁ ଦଶନ୍ଧି ଧରି ଅହିଂସା ଅନୁସରଣ କରିଥିଲି, ଯେତେବେଳେ ମୁଁ ଶ୍ରମିକ ଆନ୍ଦୋଳନ ପାଇଁ ଲଢିଥିଲି। ଏହି କାରଣରୁ ମୁଁ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲି।
ସୂଚନାଯୋଗ୍ୟ, ଭାରତ ଦ୍ୱାରା ଆୟୋଜିତ ଜି -୨୦ ଶିଖର ସମ୍ମିଳନୀ ସମାପ୍ତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ଶେଷ ଭାଷଣ ଦେବା ପରେ ବ୍ରାଜିଲର ରାଷ୍ଟ୍ରପତି ଲୁଲା ଡି’ସୁଜାଙ୍କୁ ଜି -୨୦ର ଅଧ୍ୟକ୍ଷତା ପ୍ରଦାନ କରିଛନ୍ତି। ବର୍ତ୍ତମାନ ବ୍ରାଜିଲ ପରବର୍ତ୍ତୀ ଜି-୨୦ (ବର୍ତ୍ତମାନ ଜି-୨୧ ନାମରେ ନାମିତ) ଆୟୋଜନ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ମୁଁ ବ୍ରାଜିଲର ରାଷ୍ଟ୍ରପତିଙ୍କୁ ମୋର ଶୁଭେଚ୍ଛା ଜଣାଉଛି ଏବଂ ତାଙ୍କୁ ଜି -୨୦ ର ଅଧ୍ୟକ୍ଷତା ହସ୍ତାନ୍ତର କରୁଛି।

Share