ସହଧର୍ମିଣୀଙ୍କ ସମ୍ପର୍କରେ ପ୍ରଶ୍ନ କରିବାରୁ ଖବରଦାତାଙ୍କୁ ମାରିବାକୁ ଧମକ ଦେଲେ ରାଷ୍ଟ୍ରପତି

ବ୍ରାସିଲିୟା,୨୪।୮: ବ୍ରାଜିଲ ରାଷ୍ଟ୍ରପତି ଜେୟର ବୋଲସୋନାରେ ଏବେ ଆସିଛନ୍ତି ଚର୍ଚ୍ଚାକୁ। ନିକଟରେ ଜଣେ ଖବରଦାତା ରାଷ୍ଟ୍ରପତିଙ୍କ ସହଧର୍ମିଣୀଙ୍କ ସମ୍ପର୍କରେ କିଛି ପ୍ରଶ୍ନ କରିବାରୁ ଜେୟର ବୋଲସୋନାରେ ରାଗିଯାଇ ଉକ୍ତ ଖବରଦାତାଙ୍କୁ ମାରିବାକୁ ଧମକ ଦେଇଥିଲେ। ସୂଚନାଯୋଗ୍ୟ,ରାଷ୍ଟ୍ରପତିଙ୍କ ସହଧର୍ମିଣୀ ଏକ ଭ୍ରଷ୍ଟାଚାର ମାମଲାରେ ଯୋଡି ହୋଇଥିବା ଜଣାପଡିଛି। ଏହାକୁ ନେଇ ଖବରଦାତା ଜଣଙ୍କ ପ୍ରଶ୍ନ କରିବାରୁ ଜେୟର ବୋଲସୋନାରେ କହିଥିଲେ ତୁମ ମୁହଁକୁ ବିଧା ମାରିବାକୁ ଇଚ୍ଛା ହେଉଛି। ବ୍ରାସିଲିଆରେ ମେଟ୍ରୋପଲିଟାନ କ୍ୟାଥେଡରଲରେ ଏକ ସପ୍ତାହିକ ବୈଠକରେ ଖବରଦାତାଙ୍କ ସହ କଥା ହେଉଥିବା ସମୟରେ ରାଷ୍ଟ୍ରପତିଙ୍କ ଏଭଳି ଉତ୍ତର ସମସ୍ତଙ୍କୁ ଚମକାଇ ଦେଇଥିଲା। ଏହାପରେ ଖବରଦାତାମାନେ ବିରୋଧ କରିବା ଆରମ୍ଭ କରି ଦେବାରୁ ରାଷ୍ଟ୍ରପତି ଜେୟର ବୋଲସୋନାରେ ସେଠାରୁ ଚୁପ୍‌ଚାପ ଚାଲିଯାଇଥିଲେ।

Share