କରୋନା ଟିକା ପାଇଁ ମୋଦିଙ୍କୁ ପତ୍ର ଲେଖିଲେ ବ୍ରାଜିଲ ରାଷ୍ଟ୍ରପତି

ବ୍ରାସିଲିୟା,୯ ।୧: ଭାରତରେ ପ୍ରସ୍ତୁତ ସ୍ୱଦେଶୀ କରୋନା ଭ୍ୟାକ୍ସିନକୁ ଜରୁରୀକାଳିନ ସ୍ଥିତିରେ ବ୍ୟବହାର ପାଇଁ ମଞ୍ଜୁରୀ ମିଳିଯିବା ପରେ ଏବେ ଖୁବଶୀଘ୍ର କରୋନା ଟିକାକରଣ ଆରମ୍ଭ ହୋଇଯିବ ବୋଲି ଆଶା କରାଯାଉଛି । ଇତିମଧ୍ୟରେ ବ୍ରାଜିଲ ରାଷ୍ଟ୍ରପତି ଜାୟର ବୋଲସୋନାରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ପତ୍ର ଲେଖିଛନ୍ତି । ଉକ୍ତ ପତ୍ରରେ ସେ ବ୍ରାଜିଲକୁ ଶୀଘ୍ର କରୋନା ଭ୍ୟାକ୍ସିନ ପଠାଇବାକୁ ଅନୁରୋଧ କରିଛନ୍ତି । ବିଶ୍ୱରେ କରୋନା ସଂକ୍ରମଣ ଦେଶ ତାଲିକାରେ ବ୍ରାଜିଲ ଦ୍ୱିତୀୟ ସ୍ଥାନରେ ରହିଛି । ଅନ୍ୟପଟେ ଦେଶରେ ଭ୍ୟାକ୍ସିନେଶନ ଆରମ୍ଭ ହୋଇ ପାରୁ ନ ଥିବାରୁ ଦେଶ ଉପରେ ଚାପ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦେଖି ବ୍ରାଜିଲ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ମୋଦିଙ୍କୁ ପତ୍ର ଲେଖାଯାଇଛି । ତେବେ ଭାରତରେ ଟିକାକରଣ ଉପରେ କୌଣସି ବାଧା ସୃଷ୍ଟି ନ କରି ସେ ମାତ୍ର ୨୦ ଲକ୍ଷ୍ୟ ଭ୍ୟାକ୍ସିନ ଆବଶ୍ୟକ ବୋଲି ଲେଖିଛନ୍ତି ।

Share