ବ୍ରାଜିଲ ରାଷ୍ଟ୍ରପତିଙ୍କ ହିପ୍‌ ସର୍ଜରୀ ସଫଳ, ମଙ୍ଗଳବାର ସୁଦ୍ଧା ହସ୍ପିଟାଲରୁ ହେବେ ଡିସଚାର୍ଜ

ବ୍ରାସିଲିଆ,୧।୧୦: ବ୍ରାଜିଲ ରାଷ୍ଟ୍ରପତି ଲୁଇଜ ଇନାସିଓ ଲୁଲା ଦା ସିଲଭାଙ୍କ ହିପ୍‌ ସର୍ଜରୀ ସଫଳ ହୋଇଛି। ହିପ୍‌ ସର୍ଜରୀ ପରେ ତାଙ୍କ ଅବସ୍ଥା ସ୍ଥିର ଥିବା ଡାକ୍ତରମାନେ କହିଛନ୍ତି। ଡାକ୍ତର କହିଛନ୍ତି, ଶନିବାର ସକାଳେ ଫିଜିଓଥେରାପି ଆରମ୍ଭ ହୋଇଥିଲା।

ରିପୋର୍ଟ ଅନୁଯାୟୀ, ଡାକ୍ତରମାନେ ଶୁକ୍ରବାର ରାଷ୍ଟ୍ରପତି ଲୁଲାଙ୍କ ହିପ୍‌ ସର୍ଜରୀ କରିଥିଲେ। ଏଥିରେ କୁହାଯାଇଥିଲା ଯେ, କୌଣସି ପ୍ରକାରର ଅସୁବିଧା ନାହିଁ। ଏତିସହ ମଙ୍ଗଳବାର ପୂର୍ବରୁ ରାଷ୍ଟ୍ରପତି ଲୁଲାଙ୍କୁ ଡିସଚାର୍ଜ କରାଯାଇପାରେ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି।

Share