ବ୍ରାଜିଲରେ ହିଂସାର ଗୋଟିଏ ଦିନ ପରେ ବିଗିଡିଲା ପୂର୍ବତନ ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟାବସ୍ଥା, ଆମେରିକା ହସ୍ପିଟାଲରେ ଭର୍ତ୍ତି

ବ୍ରାସିଲିଆ,୧୦ ।୧: ବ୍ରାଜିଲର ଧୁର-ଦକ୍ଷିଣପନ୍ଥୀ ପୂର୍ବତନ ରାଷ୍ଟ୍ରପତି ଜାୟର ବୋଲସୋନାରୋଙ୍କ ପେଟରେ ଯନ୍ତ୍ରଣା ହେବାରୁ ତାଙ୍କୁ ଆମେରିକାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୂର୍ବତନ ରାଷ୍ଟ୍ରପତି ବୋଲସୋନାରୋଙ୍କ ପତ୍ନୀ କହିଛନ୍ତି ତାଙ୍କ ସମର୍ଥକଙ୍କ ପକ୍ଷରୁ ବ୍ରାସିଲିଆରେ ହିଂସା ହେବାର ଗୋଟିଏ ଦିନ ପରେ ବୋଲସୋନାରୋଙ୍କର ଫ୍ଲୋରିଡାର ଏକ ହସ୍ପିଟାଲରେ ଚିକିତ୍ସା ଚାଲିଛି । ବ୍ରାଜିଲର ଓ ଗ୍ଲୋବେ ଖବରକାଗଜ କହିଛି, ବୋଲସୋନରୋଙ୍କୁ ଫ୍ଲୋରିଡାର ଔରଲ୍ୟାଣ୍ଡ ବାହାର ଏଡଭେଣ୍ଟହେଲ୍‌ଥ ସେଲିବ୍ରେଶନ ଏକ୍ୟୁଟ କେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଜାୟର ବୋଲସୋନାରୋଙ୍କ ସହଧର୍ମିଣୀ ମିଶେଲ ବୋଲସୋନାରୋ ଇନଷ୍ଟାଗ୍ରାମରେ ଲେଖିଛନ୍ତି, ବୋଲସୋନାରୋ ୨୦୧୮ରେ ହୋଇଥିବା ଆକ୍ରମଣ ପରେ ପେଟରେ ଯନ୍ତ୍ରଣା କାରଣରୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ହେଲେ ହସ୍ପିଟାଲ ପକ୍ଷରୁ ପୂର୍ବତନ ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟକୁ ନେଇ କୌଣସି ସୂଚନା ଦିଆଯାଇନାହିଁ ।

Share